www.samajalive.in
Monday, December 8, 2025
27.1 C
Bhubaneswar

ପ୍ରକାଶ ପାଇଲା ଓଜେଏସ ଚୂଡ଼ାନ୍ତ ପରୀକ୍ଷାଫଳ; ଇର୍ଷିତା ରାଜ୍ୟ ଟପ୍ପର

ଭୁବନେଶ୍ବର/ବାମରା: ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ଜୁଡ଼ିସିଆଲ୍‌ ସର୍ଭିସ(ଓଜେଏସ୍‌) ଚୂଡ଼ାନ୍ତ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥର ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ଏବଂ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ସିଭିଲ୍‌ ଜଜ୍‌ ଭାବେ ପାଇବେ ନିଯୁକ୍ତି। ତେବେ କୃତକାର୍ଯ୍ୟ ୪୭ ପ୍ରାର୍ଥୀ ମଧ୍ୟରୁ ୩୦ଜଣ ମହିଳା ରହିଥିବା ଜଣାପଡ଼ିଛି। କୁଚିଣ୍ଡାର ଇର୍ସିତା କେସର୍‌ୱାନିଙ୍କୁ ପ୍ରଥମ ରାଙ୍କ ମିଳିଛି ଏବଂ ସେ ଓଜେଏସ୍‌ ଟପ୍ପର ହୋଇଛନ୍ତି। ସେହିପରି ସମ୍ବେଦନା ସମ୍ବିତ୍ ଦ୍ବିତୀୟ ଓ କୃଷ୍ଣା ମିଶ୍ରଙ୍କୁ ତୃତୀୟ ରାଙ୍କ୍ ମିଳିଛି। ଛାତ୍ରଛାତ୍ରୀମାନେ ଓପିଏସ୍‌ସି ୱେବ୍‌ସାଇଟ୍‌ ଲଗ୍‌ଅନ୍‌ କରି ଓଜେଏସ୍‌ ପରୀକ୍ଷାଫଳ ଦେଖିପାରିବେ।


ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷର ଇର୍ଷିତା କେସରୱାନି ରାଜ୍ୟସ୍ତରୀୟ ଓଜେଏସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ଅଞ୍ଚଳରେ ମଧ୍ୟ ବେଶ ଉତ୍ସାହ ପ୍ରକାଶ ପାଇଛି। ଗଡ଼ପୋଷର ସଞ୍ଜୟ କେସରୱାନି ଓ ମନୋରମା କେସରୱାନିଙ୍କ ଝିଅ ଇର୍ଷିତା ଓଜେଏସ୍‌ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ବାପା ସଞ୍ଜୟଙ୍କ ଗଡ଼ପୋଷ ଛକରେ ଏକ ଔଷଧ ଦୋକାନ ରହିଛି। ଇର୍ଷିତା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ୟ୍ୟନ୍ତ ଗଡ଼ପୋଷ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଡ଼ିଥିଲେ। ଏହାପରେ କୁତ୍ରାର ସେଣ୍ଟ ଜନ ମେରି ସ୍କୁଲରୁ ମାଟ୍ରିକ ଉତ୍ତୀର୍ଣ୍ଣ ହେବାପରେ ବରଗଡ଼ସ୍ଥିତ ବିକାଶ କଲେଜରେ ଯୁକ୍ତ-୨ ପାସ କରିଥିଲେ। ପାଠପଢ଼ାରେ ସବୁବେଳେ ଆଗୁଆ ଥିବା ଇର୍ଷିତା ଦିଲ୍ଲୀର ନିର୍ଭୟା ଘଟଣା ପରେ ଆଡଭୋକେଟ ହୋଇ ମହିଳାଙ୍କ ନ୍ୟାୟ ପାଇଁ ଲଢ଼ିବେ ବୋଲି ଦୃଢ଼ ନିଶ୍ଚୟ କରିଥିଲେ।

- Advertisement -

ପ୍ରବେଶିକା ପରୀକ୍ଷା ପରେ ରାଞ୍ଚିର ଏକ ଆଇନ କଲେଜରେ ବିଏ-ଏଲଏଲବି ସାରି ସିଭିଲ ସର୍ଭିସେସ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି କ୍ରମରେ ଓଜେଏସ ପରୀକ୍ଷା ଦେଇଥିଲେ। ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଫଳରେ ଆଜି ସଫଳ ହୋଇଛନ୍ତି। ତାଙ୍କର ଏହି କୃତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ତାଙ୍କ ସାନଭାଇ ଆର୍ୟ୍ୟନ ରାଉରକେଲାରେ ବିଏସସି ପଢ଼ୁଛନ୍ତି। ଓଜେଏସ୍‌ ଟପ୍ପର ହେବା ପରେ ଇର୍ଷିତା କହିଛନ୍ତି ଯେ ଓଜେଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ କଠିନ ପରିଶ୍ରମ କରୁଥିଲି। ଦିନକୁ ପ୍ରାୟ ୧୫ ଘଣ୍ଟାରୁ ଅଧିକ ପଢ଼ାପଢ଼ି କରୁଥିଲି। ମୋତେ ମୋ ପରିଶ୍ରମର ଫଳ ମିଳିଛି। ମୋ ସଫଳତାର ଶ୍ରେୟ ଭଗବାନ ଓ ପିତାମାତାଙ୍କୁ ଦେବି ବୋଲି ସେ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories