www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏଲ-୨୦୨୧ର ସବୁଠୁ ଦାମୀ ଖେଳାଳି ଭାବେ ଇତିହାସ ରଚିଲେ ଏହି କ୍ରିକେଟର, ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ

ଚେନ୍ନାଇ: ବହୁ ପ୍ରତୀକ୍ଷିତ ଆଇପିଏଲ-୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ସବୁଠୁ ଦାମୀ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକାର କ୍ରିସ୍‌ ମୋରିସ ବିକ୍ରି ହୋଇଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି। ଏହା ସହିତ ଆଇପିଏଲ ଇତିହାସରେ ସେ ସବୁଠୁ ଦାମୀ ଖେଳାଳି ଭାବେ ବିବେଚିତ ହେବା ସହ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଯୁବରାଜ ୧୬ କୋଟି ଟଙ୍କାରେ ବିକ୍ରି ହୋଇଥିଲେ।

ଏହା ବ୍ୟତୀତ ଅଷ୍ଟ୍ରେଲିଆର ଅଲ୍‌ରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ମ୍ୟାକ୍ସୱେଲଙ୍କୁ କିଣିବା ଲାଗି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଏବଂ ଆରସିବି ମଧ୍ୟରେ କଡ଼ା ଟକ୍କର ହୋଇଥିଲା। କିନ୍ତୁ ଆରସିବି ସର୍ବାଧିକ ମୂଲ୍ୟ ଦେଇ ତାଙ୍କୁ ଦଳରେ ସାମିଲ କରିଛି।

- Advertisement -

ସେହିପରି ବାଂଲାଦେଶର ଷ୍ଟାର କ୍ରିକେଟର ସାକିବ୍‌ ଅଲ୍‌ ହସନଙ୍କୁ ପୁଣି ଥରେ କେକେଆର କିଣିନେଇଛି। କେକେଆର ତାଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ ନିଜ ଦଳକୁ ନେଇଛି। ଏହାବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ସେ ୨ କୋଟି ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କର ବେସ୍‌ ପ୍ରାଇସ ୨ କୋଟି ଥିଲା।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories