କୋରାପୁଟ : ଘନ କୁହୁଡି ଯୋଗୁଁ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣ ଗୁରୁତର ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏହି ଦୁର୍ଘଟଣା କୋରାପୁଟ ଜିଲା ଅନ୍ତର୍ଗତ ମାଛକୁଣ୍ଡ ଥାନା କାଡାମଖେଳା ନିକଟରେ ଘଟିଛି। ପିକଅପ ଭ୍ୟାନଟି ଓଲଟି ପଡ଼ିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମେଡିକାଲକୁ ପଠାଯାଇଛି। ଉକ୍ତ ପିକଅପ ଭ୍ୟାନଟି ଓଡିଶାରୁ ଶ୍ରମିକଙ୍କୁ ନେଇ ବିଶାଖାପାଟଣା ଯାଉଥିଲା ବୋଲି ଜଣାପଡିଛି। ସମସ୍ତ ଶ୍ରମିକଙ୍କ ଘର ବିଶାଖାପାଟଣା ଝାଡପା ଗାଁର ବୋଲି ସୂଚନା ମିଳିଛି। ଝାରସୁଗୁଡାରେ ଏହି ଶ୍ରମିକମାନେ କାମ କରୁଥିଲେ।
Popular Categories



