www.samajalive.in
Monday, December 8, 2025
20.1 C
Bhubaneswar

ମୋବାଇଲ ଏବଂ ଟିଭି ରିଚାର୍ଜ ନାମରେ ଠକେଇ

ନବରଙ୍ଗପୁର : ନବରଙ୍ଗପୁରରେ ଏକ ନୂଆ ଧରଣର ଠକେଇ ବର୍ତ୍ତମାନ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କଟକ ବିପ୍ରଚରଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଆସି ନବରଙ୍ଗପୁର ତୃପ୍ତି ହୋଟେଲରେ ରହିଥିଲେ । ଏହାପରେ ସେ ନିଜକୁ ଗୋଟିଏ ସଂସ୍ଥାର ପରିଚାଳକ ବୋଲି ପରିଚୟ ଦେଇ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଲୋଭନୀୟ ଅଫର ଥିବା କହି ସ୍ଥାନୀୟ ଅଞ୍ଚଳର ମୋବାଇଲ ଏବଂ ଟିଭି ରିଚାର୍ଜ କରୁଥିବା କିଛି ବ୍ୟବସାୟୀଙ୍କୁ ଡକାଇ ଏକ ବୈଠକ କରିଥିଲେ। ମୋବାଇଲ ରିଚାର୍ଜ ପାଇଁ ୯୯୯ ଟଙ୍କା ରିଚାର୍ଜ କଲେ ୧୨ମାସ ପର୍ୟ୍ୟନ୍ତ ୨୪୯ ଲେଖା ପ୍ରତିମାସ ଏବଂ ଟିଭି ରିଚାର୍ଜ ପାଇଁ ୧୪୯୯ଟଙ୍କା ରିଚାର୍ଜ କଲେ ପ୍ରତି ମାସ ୩୦୦ଟଙ୍କା ଲେଖା ୧୨ ମାସ ପର୍ୟ୍ୟନ୍ତ ରିଚାର୍ଜ ହେବ। ଏଥିସହ ଟିଭି ରିଚାର୍ଜରେ ସବୁ ଚାନାଲ ଆସିବ ବୋଲି କହିଥିଲେ ।

ନବରଙ୍ଗପୁର ବୈଠକରେ ବ୍ୟବସାୟୀମାନଙ୍କୁ କହିଥିଲେ ଯେ, ମୋବାଇଲ ରିଚାର୍ଜ କଲେ ୧୨୫ଟଙ୍କା କମିଶନ ଏବଂ ଟିଭି ରିଚାର୍ଜ କରିଲେ ୧୩୫ ଟଙ୍କା କମିଶନ ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ । ଏହାପରେ ବ୍ୟବସାୟୀମାନେ ଗ୍ରାହକ ଯୋଗାଡ଼ କରିଥିବା ବେଳେ ଏତେ ଶସ୍ତାରେ ମୋବାଇଲ ଡାଟା ଏବଂ ଟିଭି ରିଚାର୍ଜ ହେଉଥିବା ଜାଣିବା ପରେ ଟଙ୍କା ଦେଇ ରସିଦ ମଧ୍ୟ ନେଇଥିଲେ । ରିଚାର୍ଜ ଓଡିଶା ନାମକ ଏକ ଜିଏସ୍ଟି ନମ୍ବର (GSTIN21EQZPS2201ସି1Z0) ଥିବା ବିଲ ମଧ୍ୟ ବିପ୍ରଚରଣ ସ୍ୱାଇଁ ସମସ୍ତଙ୍କୁ ଦେଇଥିଲେ । ଏଥିସହ ରିଚାର୍ଜ କରୁଥିବା ବ୍ୟବସାୟୀମାନଙ୍କୁ ତାଙ୍କ ରିଚାର୍ଜ ଟଙ୍କାକୁ ତାଙ୍କ ଫୋନ ପେ ନମ୍ବର (୯୧୭୮୩୦୨୭୩୪)କୁ ହିଁ ପଠେଇବାକୁ କହିଥିଲେ ଏବଂ ବ୍ୟବସାୟୀମାନେ ଏହି ଫୋନ ପେ ନମ୍ବରକୁ ହିଁ ରିଚାର୍ଜ କରିବାକୁ ଟଙ୍କା ପଠାଉଥିଲେ ।

- Advertisement -

ପ୍ରଥମେ ପ୍ରଥମେ ଦୁଇ ତିନି ମାସ ଆପେ ଆପେ ରିଚାର୍ଜ ହୋଇଥିଲା । ବର୍ତ୍ତମାନ ଆଉ ରିଚାର୍ଜ ହେଉ ନାହିଁ କିମ୍ବା ଏହି ପ୍ରଲୋଭନ ଦେଖାଇଥିବା ବ୍ୟକ୍ତିର ମଧ୍ୟ ପତ୍ତା ମିଳୁନାହିଁ କି ଦେଇଥିବା ଫୋନ ନମ୍ବରକୁ କଲ କରିଲେ ଆଉ ଲାଗୁନାହିଁ। ଦୀର୍ଘ ଦିନ ହେବ ଫୋନ ନମ୍ବର ମଧ ସୁଇଚଅଫ କହୁଛି । ଏମିତି ଠକ।ମିର ଶିକାର ହେବା ପରେ ଆଜି ନବରଙ୍ଗପୁର ଥାନା ଆସି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ଭେଟି ପ୍ରଲୋଭିତ କରିଥିବା କଟକର ବିପ୍ରଚରଣ ସ୍ୱାଇଁଙ୍କ ନାମରେ ଏକ ଏତଲା ଦେବା ସହ ପ୍ରଥମେ ଦୁଇ ତିନି ମାସ ଠିକ ରିଚାର୍ଜ ହେଲା ବର୍ତ୍ତମାନ ଆଉ କିନ୍ତୁ ଟିଭି ଆଉ ମୋବାଇଲ ରିଚାର୍ଜ ନ ହେଉଥିବାରୁ ଗ୍ରାହକମାନେ ଆସି ଦୋକାନରେ ପାଟିତୁଣ୍ଡ କରୁଛନ୍ତି। ତେଣୁ ଏହି ପ୍ରଲୋଭିତ କରିଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନବରଙ୍ଗପୁର ବ୍ୟବସାୟୀ ବି ଶ୍ରୀରାମ ମୂର୍ତ୍ତି, ସଂଗ୍ରାମ କେଶରୀ ନନ୍ଦ ପ୍ରମୁଖ ନବରଙ୍ଗପୁର ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories