www.samajalive.in
Monday, December 8, 2025
27.1 C
Bhubaneswar

ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ଯ୍ୟ

ଶୀତ ଦିନର ଆରମ୍ଭ ହେବା ମାତ୍ରେ ଲୋକେ ନିଜ ଭ୍ରମଣ ଯୋଜନାରେ ବହୁ ସ୍ଥାନକୁ ସାମିଲ କରିଥାଆନ୍ତି। କେଉଁମାନଙ୍କୁ ଶାନ୍ତ ତ କେଉଁ ମାନଙ୍କୁ ହୋହାଲା ପରିବେଶ ବେଶ ପସନ୍ଦ। ଏପରି କିଛି ଭ୍ରମଣ ପ୍ରେମୀ ଅଛନ୍ତି, ଯେଉଁମାନଙ୍କୁ ପ୍ରାକୃତିକ ପରିବେଶ ପସନ୍ଦ। ଆପଣ ଯଦି ଏହି ତାଲିକାରେ ଅଛନ୍ତି ତେବେ ଦିଲ୍ଲୀର ନିକଟରେ ଥିବା କିଛି ସ୍ୱତନ୍ତ୍ର ସ୍ଥାନ ବିଷୟରେ ଜାଣନ୍ତୁ। ବିଶେଷ କରି ପାହାଡ଼ିଆ ଅଞ୍ଚଳରେ ଥିବା ବିଭିନ୍ନ ପର୍ୟ୍ୟଟନସ୍ଥଳୀକୁ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ। ଶୀତଦିନେ ପାହାଡ଼ିଆ ଅଞ୍ଚଳରେ ଥିବା ପର୍ୟ୍ୟଟନସ୍ଥଳୀ ମାନଙ୍କର ସୌନ୍ଦର୍ୟ୍ୟ ଅଧିକ ବଢିଯାଏ।
ପଙ୍ଗୋଟ –
ଏଠାରେ ସ୍ନୋ ଫଲର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ନୈନିତାଲରୁ ପଙ୍ଗୋଟରେ ପହଞ୍ଚିବା ପାଇଁ ଏକ ଘଣ୍ଟା ସମୟ ଲାଗିଥାଏ। ଏଠାରେ ଦିନରେ ଆପଣ ଜଙ୍ଗଲରେ ବୁଲିବା ସହ ସଫାରୀର ମଜା ନେଇପାରିବେ।
ଲାନ୍ସଡ଼ାଉନ –
ଦିଲ୍ଲୀର ସବୁଠାରୁ ନିକଟରେ ଥିବା ହିଲ ଷ୍ଟେସନ ହେଉଛି ଲାନ୍ସଡ଼ାଉନ। ଏଠାରେ ପାହାଡ଼ର ପ୍ରାକୃତିକ ସୌନ୍ଦର୍ୟ୍ୟ ଦେଖିବାକୁ ପାଇବେ। ଏହାସହ ଆପଣ ଟିପ ଏନ ଟାପ, ତାଡ଼କେଶ୍ୱର ମହାଦେବ ଓ ଚର୍ଚ୍ଚ ପଏଣ୍ଟ ପରି ଦର୍ଶନୀୟ ସ୍ଥାନ ମଧ୍ୟ ଏଠାରେ ରହିଛି।
ମୋରନୀ ହିଲ –
ଏହି ସ୍ଥାନ ଦେଖିବାକୁ ଖୁବ ସୁନ୍ଦର। ହରିୟାଣାର ପଞ୍ଚକୁଲାରେ ଥିବା ଏହି ସ୍ଥାନରେ ଆପଣ ଆଡ଼ଭେନଚର ମଧ୍ୟ ମଜା ପାଇପାରିବେ। ବିଭିନ୍ନ ପ୍ରକାରର ପକ୍ଷୀ ସହ ଏଠାରେ ଐତିହାସିକ ପୋର୍ଟ ମଧ୍ୟ ଦେଖିପାରିବେ।
ନହାନ –
ହିମାଚଳ ପ୍ରଦେଶରେ ନହାନ ସହର ରହିଛି। ଏଠାରେ ପର୍ୟ୍ୟଟକଙ୍କ ବେଶ ଭିଡ଼ ଦେଖାଯାଏ। ଏଠାକୁ ଆସିବା ପରେ ପ୍ରକୃତିର କୋଳରେ ରହିବା ପରି ମନେ ହେବ। ପାହାଡ଼ ପର୍ବତ ସହ ସୁକୈତି ଫାର୍ସିଲ ପାର୍କରେ ମଧ୍ୟ ବୁଲିପାରିବେ। ଏହା ବ୍ୟତୀତ ମନ୍ଦିର ଓ ରାନୀ ତାଲ ମଧ୍ୟ ବୁଲିପାରିବେ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories