www.samajalive.in
Monday, December 8, 2025
27.1 C
Bhubaneswar

୩୩/୧୧ ଗ୍ରୀଡ୍ ସବଷ୍ଟେସନ ଉଦ୍‌ଘାଟନ କଲେ ଶକ୍ତିମନ୍ତ୍ରୀ

ବାଙ୍କୀ: ବାଙ୍କୀ ଅଞ୍ଚଳର ବିଦ୍ୟୁତ୍ ସଙ୍କଟକୁ ସୁଧାରିବା ପାଇଁ ନିର୍ମିତ ବନ୍ଦାଳ-ବାଉଁଶପୁଟ, ସରଣ୍ଡା ଓ ଜାତମୁଣ୍ଡିଆ ୩୩/୧୧ ଗ୍ରୀଡ୍ ସବ୍‌ଷ୍ଟେସନକୁ ବୁଧବାର ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଜିଲା ପରିଷଦ ସଦସ୍ୟ ମାନସ ମହାପାତ୍ର, ବନ୍ଦାଳ ସରପଞ୍ଚ ପ୍ରଦୀପ କୁମାର ବେହେରା, ବାଉଁଶପୁଟ ସରପଞ୍ଚ ପ୍ରତିନିଧି ମନୋଜ କୁମାର ପଣ୍ଡା, ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, ରତାଗଡ ସରପଞ୍ଚ ପ୍ରତିନିଧି ବିଜୟ କୁମାର ରାଉତ, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ସମରେନ୍ଦ୍ର ସାମଲ, ଆର୍ତ୍ତବନ୍ଧୁ ବେହେରା, କଦଳୀବାଡି ସରପଞ୍ଚ ପ୍ରକାଶ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ

ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଘାସିପୁଟ ନିୟନ୍ତ୍ରିତ ବଜାର କମିଟି ପରିସରରେ ଏକ ଉଦ୍‌ଘାଟନୀ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ବାଙ୍କୀର ବିଦ୍ୟୁତ୍ ସଙ୍କଟ କ୍ଷେତ୍ରରେ ଉପୁଜୁଥିବା ୪ଟି ସମସ୍ୟା ସମାଧାନ ପାଇଁ ମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିଲେ। ଜାତମୁଣ୍ଡିଆ ୩୩କେଭି ଲାଇନକୁ ନିରବଚ୍ଛିନ୍ନ ଭାବରେ ରଖିବା ପାଇଁ ଗହୀର ଭିତରେ ଥିବା ବିଦ୍ୟୁତ ସଂଯୋଗକୁ ନୂତନ ଭାବରେ ସ୍ଥାପନ କରିବା, ଦୁଲଣାପୁର ଓ ବୈଦେଶ୍ୱରଠାରେ ନୂତନ ସବଷ୍ଟେସନ ନିର୍ମାଣ କରିବା ସହିତ ପଶ୍ଚିମ ବାଙ୍କୀର ବିଦ୍ୟୁତ୍ ସଂଯୋ, ସୁନାଦେଈ ଓ କୁରୁମପଡା ପର୍ଯ୍ୟନ୍ତ ୧୧ କେଭିକୁ ଲିଫ୍ଟ ସଂଯୋଗ କରିବା ବଂ ପଶ୍ଚିମ ବାଙ୍କୀର କିଛି ଅଂଶ ବେଗୁନିଆ ବିଦ୍ୟୁତ ବିଭାଗ ଅଧୀନରେ ଥିବାରୁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ତାକୁ ବାଙ୍କୀ ସହିତ ସଂଯୋଗ କରିବାର ବ୍ୟବସ୍ଥା କରାଇ ପାରିଲେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଦ୍ୟୁତ ସଙ୍କଟ ରହିବ ନାହିଁ ବୋଲି କହିଥିଲେ। ମନ୍ତ୍ରୀ ଏହି ୪ଟି ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories