www.samajalive.in
Monday, December 8, 2025
17.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ପ୍ରସିଦ୍ଧ ଏହି ଧାର୍ମିକସ୍ଥଳୀ

ଭାରତରେ ପରମ୍ପରା ଅନୁଯାୟୀ ବହୁ ବ୍ୟକ୍ତି ମନ୍ଦିରରେ ବିବାହ କରିବାକୁ ପସନ୍ଦ କରିଥାଆନ୍ତି। ଆମ ଦେଶରେ ମନ୍ଦିରକୁ ଆଧ୍ୟାତ୍ମିକତାର କେନ୍ଦ୍ରବିନ୍ଦୁ କୁହାଯିବା ସହ ବିବାହର ପ୍ରାରମ୍ଭ ଏଠାରେ କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତି ହୋଇଥାଏ। ମନ୍ଦିରକୁ ଯେତେ ପବିତ୍ର କୁହାଯାଏ ବିବାହ ବନ୍ଧନ ମଧ୍ୟ ସେତେ ପବିତ୍ର ବୋଲି ମାନ୍ୟତା ରହିଛି। ତେଣୁ ମନ୍ଦିର ଓ ବିବାହ ମଧ୍ୟରେ ଏକ ଉତ୍ତମ ସଂପର୍କ ରହିଛି ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ମନ୍ଦିରରେ ବିବାହ କରିବାକୁ ଚାହୁଁଛନ୍ତି ତେବେ ଏହି ମନ୍ଦିର ଗୁଡ଼ିକ ବିଷୟରେ ନିଶ୍ଚୟ ଜାଣନ୍ତୁ……..
ତ୍ରିୟୁଗୀନାରାୟଣ ମନ୍ଦିର –
ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ସାକ୍ଷାତ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା। ଆଜି ମଧ୍ୟ ଏଠାରେ ତାଙ୍କର ବିବାହର ଅଂଶାବଶେଷ ରହିଛି। ଉତ୍ତରାଖଣ୍ଡର ଏହି ମନ୍ଦିର ବିଷୟରେ ମାନ୍ୟତା ରହିଛି ଯେ, ଏଠାରେ ବିବାହ କରୁଥିବା ନବଦମ୍ପତିଙ୍କ ଜୀବନଙ୍କ ସୁଖମୟ ହେବା ସହ ସମସ୍ତ ଦୁଃଖ ଦୂର ହୋଇଥାଏ। ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ ଶିବପାର୍ବତୀଙ୍କ ବିବାହସ୍ଥଳ ରୂପେ ଜଣାଯାଏ।
ମାତାନଙ୍ଗେଶ୍ୱର ମନ୍ଦିର –
ଏହି ମନ୍ଦିର ପ୍ରଭୁ ଶିବଙ୍କୁ ସମର୍ପିତ ଅଟେ। ମଧ୍ୟପ୍ରଦେଶର ଏହି ମନ୍ଦିର, ବିବାହ ବନ୍ଧନରେ ଯୋଡ଼ି ହେଉଥିବା ଦମ୍ପତ୍ତିଙ୍କ ପାଇଁ ଖୁବ ଉତ୍ତମ ଅଟେ।
ଇସ୍କନ ମନ୍ଦିର –
ଇସ୍କନ ମନ୍ଦିରକୁ ରାଧା ପ୍ରାର୍ଥସାରଥି ମନ୍ଦିର ମଧ୍ୟ କୁହାଯାଏ। ଏହି ମନ୍ଦିରରେ ରାମ, ସୀତା, କୃଷ୍ଣ ଏବଂ ରାଧାଙ୍କ ମୂର୍ତ୍ତି ବିରାଜିତ। ମନ୍ଦିରର କାନ୍ଥରେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ଫଟୋ ସଜାଯାଇଛି। ଏହି ମନ୍ଦିରରରେ ବିବାହର କାର୍ୟ୍ୟକ୍ରମ ପାଇଁ ସଠିକ ବାତାବରଣ, ଆଧ୍ୟାତ୍ମିକତାର ଅନୁଭବ ହେବ। ଏହି ମନ୍ଦିର ଦିଲ୍ଲୀର ସନ୍ଥ ନଗରର ମୁଖ୍ୟ ରାସ୍ତା ନିକଟରେ ଅବସ୍ଥିତ।
ତିରୁମାଲା ମନ୍ଦିର –
ତିରୁପତି ତିରୁମାଲା ଦେବସ୍ଥାନମ ମନ୍ଦିର ନିଜର ଆର୍ଥିକ ସମୃଦ୍ଧି ଓ ଲୋକପ୍ରିୟତା ପାଇଁ ସମ୍ପୂର୍ଣ୍ଣ ଦେଶରେ ପ୍ରସିଦ୍ଧ। ଏହି ମନ୍ଦିରକୁ ବିଭିନ୍ନ ଦେଶ ଓ ଦେଶ ବାହାରୁ ମଧ୍ୟ ବହୁ ଲୋକେ ମନସ୍କାମନା ପୂରଣ କରିବାକୁ ଆସିଥାଆନ୍ତି। ତେଣୁ ଏହି ମନ୍ଦିରରେ ବିବାହ କଲେ ଜୀବନ ସୁଖମୟ ହୋଇଥାଏ ବୋଲି କୁହାଯାଏ। ଏହି ମନ୍ଦିରରେ ଲୋକେ ଦାନ ଦେଇଥାଆନ୍ତି, ନିଜର ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଥାଆନ୍ତି। ଏହି ମନ୍ଦିର ଆନ୍ଧ୍ର ପ୍ରଦେଶରେ ଅବସ୍ଥିତ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories