www.samajalive.in
Monday, December 8, 2025
27.1 C
Bhubaneswar

ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଂଗ୍ରେସ 

କଳାପଥର(ବାଙ୍କୀ) : ବାଙ୍କୀ ତହସିଲ ଅନ୍ତର୍ଗତ ରଗଡି ଗ୍ରାମପଂଚାୟତର ସୁନାଦେଈପୁର ଏବଂ ଦୁର୍ଗାପୁର ଗ୍ରାମପଂଚାୟତର ଦୁର୍ଗାପୁର(କମଳାବାଗ) ଅଞ୍ଚଳରେ ଦୀର୍ଘ ୪୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଭୂମିହୀନମାନେ ଅସ୍ଥାୟୀ ଭାବେ ବସବାସ କରିଆସୁଥିବା ବେଳେ ସେମାନଙ୍କୁ ସରକାର ଅଣଦେଖା କରିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ଯୋଗାଇ ଦେବାପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ ଏମାନେ ଏଥିରୁ ବଞ୍ଚିତ ଥିବା ବାଙ୍କୀ କଂଗ୍ରେସ ଅଭିଯୋଗ କରିଛି । ଫଳରେ ସେମାନେ ସରକାରୀ ଯୋଜନାରେ ଆବାସ ଏବଂ ସେମାନଙ୍କର ପିଲାମାନଙ୍କ ପଢା ସମୟରେ ଦରକାର ହେଉଥିବା ବିଭିନ୍ନ ପ୍ରମାଣପତ୍ର ପାଇଁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି । ବାଙ୍କୀର ପୂର୍ବତନ କଂଗ୍ରେସ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଭୂମିହୀନ ପରିବାର ଆଜି ବାଙ୍କୀ କଂଗ୍ରେସ କାର୍ୟ୍ୟାଳୟ ଠାରୁ ବାହାରି ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଯଥା ଶୀଘ୍ର ସେମାନଙ୍କ ତଦନ୍ତ କରି ଘରପଟ୍ଟା ଯୋଗାଇ ଦେବାପାଇଁ ଡଃ.ପଟ୍ଟନାୟକ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବଳେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଏହାକୁ ତହସିଲଦାରଙ୍କ ମାଧ୍ୟମରେ ତଦନ୍ତ କରିବା ପରେ କଟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନମାନଙ୍କୁ ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories