www.samajalive.in
Monday, December 8, 2025
17.1 C
Bhubaneswar

ଭକ୍ତିରସର ଅନନ୍ୟ ପ୍ରତିଭା ପୂର୍ଣ୍ଣମାସୀ ଜାନୀ

ଫୁଲବାଣୀ : କନ୍ଧମାଳ ଜିଲାର ଅନ୍ୟତମ ପରିଚିତ ନାମ ତଥା ଆଧ୍ୟାତ୍ମିକ କବୟିତ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ମଳିବ ପଦ୍ମଶ୍ରୀ ଉପାଧି। ଏନେଇ ଆଜି ଘୋଷଣା ହେବା ପରେ ସମଗ୍ର କନ୍ଧମାଳ ଜିଲାରେ ଖୁସିର ଲହରି ଖେଳିଯାଇଛି।

ଖଜୁରୀପଡା ବ୍ଲକ ଅନ୍ତର୍ଗତ ଚାରିପଡା ନିବାସୀ ପୂର୍ଣ୍ଣମାସୀ ତାଡିସରୁ ବାଇ ଭାବେ ସର୍ବତ୍ର ପରିଚିତ, ତଥା କନ୍ଧମାଳ ଜିଲାର ଆଧ୍ୟାତ୍ମିକ ଜଗତର ଏକ ଅତି ପରିଚିତ ନାମ। ଦିନେ ବି ବିଦ୍ୟାଲୟ ଯାଇ ନ ଥିବା ତଥା ଭାଷା ସାହିତ୍ୟର ଅ ରୁ କ୍ଷ ଜାଣିନଥିବା ତାଡିସରୁ ବାଇଙ୍କ କଣ୍ଠ ନିସୃତ ଅନର୍ଗଳ ଅସଂଖ୍ୟ ଭକ୍ତି ସଂଗୀତ କେବଳ କନ୍ଧମାଳ ଜିଲା ନୁହେଁ, ବରଂ ଓଡିଶା ସାରା ସମସ୍ତଙ୍କୁ ବିମୋହିତ କରି ଆସିଛି। କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଦଳପଡାଠାରେ ନୀଲକଣ୍ଠ ଜାନୀ ଓ ରାଣିମତାଙ୍କ ଔରସରୁ ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିଲେ ପୂର୍ଣ୍ଣମାସୀ। ଖୁବ କମ ବୟସରେ ସେ ବିବାହ କରିଥିଲେ ଚାରିପଡାର ଆରାଧନା ଜାନୀଙ୍କୁ। କିନ୍ତୁ ସେମାନଙ୍କ ଗର୍ଭରୁ ଜନ୍ମିତ ୬ଟି ସନ୍ତାନ କ୍ରମାଗତ ଭାବେ ଖୁବ କମ ବୟସରୁ ମୃତ୍ୟୁବରରଣ କରିଥିଲେ। ଏହି ଘଟଣା ଉଭୟଙ୍କୁ ଗଭୀର ଦୁଃଖ ଦେବା ସହ ଧୀରେ ଧୀରେ ଆଧ୍ୟାତ୍ମିକତା ଆଡକୁ ଟାଣି ନେଇଥିଲା। କୁହାଯାଏ ୧୯୬୯ ମସିହାରେ କିଛି ମୁନୀ ଋଷି ସଶରୀରେ ଆବିର୍ଭାବ ହୋଇ ତାଙ୍କୁ ନିକଟସ୍ଥ ତାଡିସରୁ ନାମକ ପର୍ବତକୁ ନେଇଯାଇ ତାଙ୍କୁ ସିଦ୍ଧି ପ୍ରଦାନ କରିଥିଲେ। ଏହାପରେ ସେ ଘର ଛାଡି ତାଡିସରୁ ପର୍ବତରେ ତପସ୍ୟାରତ ହୋଇଥିଲେ। ଏହା ପରଠାରୁ ଆରମ୍ଭ ହୋଇଥିଲା ପୂର୍ଣ୍ଣମାସୀ ଜାନିଙ୍କ ଆଧ୍ୟାତ୍ମିକ ଜୀବନ।

- Advertisement -

ତାଡିସରୁ ପର୍ବତରେ ସିଦ୍ଧିପ୍ରାପ୍ତ ହୋଇଥିବାରୁ ସେ ପରିଚିତ ହେଲେ ତାଡିସରୁବାଇ ହିସାବରେ। ସଂପୂର୍ଣ୍ଣ ନିରକ୍ଷରା ଏବଂ ଠିକରେ ଓଡିଆ ଜାଣି ନ ଥିବା ତାଡିସରୁ ବାଇ ଯେତେବେଳେ ଧ୍ୟାନସ୍ଥ ହୁଅନ୍ତି ତାଙ୍କ ସୁଲଳିତ କଣ୍ଠରୁ ଅନର୍ଗଳ ଭାବେ ଝରିପଡେ ଭାବପୂର୍ଣ୍ଣ ଭକ୍ତିସଂଗୀତ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ତାଙ୍କର କୋଣସି ଗୀତ ସେ ଦ୍‍ିତିୟ ଥର ପାଇଁ ଗାଆନ୍ତି ନାହିଁ। ଶାଳପତ୍ର ଖଲି ସିଲେଇ କରି ଜଣେ ସାଧାରଣ ଆଦିବାସି ମହିଳା ଭଳି ଜୀବନ ନିର୍ବାାହ କରୁଥିବା ପୂର୍ଣ୍ଣମାସୀଙ୍କ କଣ୍ଠରୁ ଏଯାବତ ୧ ଲକ୍ଷରୁ ଅଧିକ ସଂଗିତ ନିସୃତ ହୋଇ ସାରିଛି। ପ୍ରଥମେ ପ୍ରଥମେ ଏସବୁ ଲେଖି ରଖିବା ପାଇଁ କେହି ନ ଥିଲେ। ତେବେ ୧୯୯୦ ମସିହାରୁ କିଛି ସାହିତ୍ୟ ଓ ଆଧ୍ୟାତ୍ମିକତା ଅନୁଗାମି ତାଡିସରୁ ବାଇଙ୍କ ସଂଗିୀତର ରେକର୍ଡ କରିବା ସହ ଏହାକୁ ଲେଖି ରଖିବାର ପ୍ରୟାସ ଆରମ୍ଭ କରିଥିଲେ। ବାବାଙ୍କର ଅନ୍ୟତମ ଅନୁଗାମୀ ଶିକ୍ଷକ ଦୁର୍ୟ୍ୟୋଧନ ପ୍ରଧାନଙ୍କ ଦ୍ୱାରା ସଂକଳିତ ପୁସ୍ତକ ଏବେ ପାଣ୍ଡୁଲିପି ଅବସ୍ଥାରେ ରହିଛି। ତେବେ ଡଃ ସୁରେନ୍ଦ୍ରନାଥ ମହାନ୍ତିଙ୍କ ଦ୍ୱାରା ତାଡିସରୁ ବାଇଙ୍କ ଜିବନ ଓ ଦର୍ଶନ ଉପରେ ଦୁଇଟି ପୁସ୍ତକ ଏଯାବତ ପ୍ରକାଶିତ ହୋଇଚି। ସେହିଭଳି ସାହିତ୍ୟିକ ନୃସିଂହାନନ୍ଦ ମହାପାତ୍ର ଲେଖିଚନ୍ତି ତାଙ୍କ ଜିବନୀ। ଡଃ ପ୍ରେମାନନ୍ଦ ମହାପାତ୍ର ମଧ୍ୟ ପୂର୍ଣ୍ଣମାସୀଙ୍କ ଜୀବନୀ ଓ କବିତା ଉପରେ ଏକ ସଂକଲନ ପ୍ରକାଶ କରିଛନ୍ତିା ତାଡିସରୁ ବାବା ଭାବରେ କନ୍ଦମାଳ ଜିଲାରେ ପରିଚିତ ପୁର୍ଣ୍ଣମାସିଙ୍କ ସମସ୍ତ ଗୀତ ଭକ୍ତିରସାମୃତ ଓ ଦୈବୀ ଶକ୍ତି ପ୍ରେରିତ। ଏଭଳି ଜଣେ ଅନନ୍ୟା ମହିଳାଙ୍କୁ ସ୍ୱୀକୃତି ସ୍ୱରୂପ ପଦ୍ମଶ୍ରୀ ଉପାଧିରେ ଭୂଷିତ କରା୍‍ଯାଇଥିବାରୁ ଜିଲାର ସବୁ ବର୍ଗର ଲୋକେ ସ୍ୱାଗତ ଜଣାଇଛନ୍ତି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories