www.samajalive.in
Monday, December 8, 2025
27.1 C
Bhubaneswar

ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଗାଁ

ଭାରତ ଦେଶରେ ବହୁ ଗାଁ ରହିଛି। ନିଜର ସଂସ୍କୃତି ଓ ପରମ୍ପରା ପାଇଁ କେତେକ ଗାଁ ଖୁବ ପ୍ରସିଦ୍ଧ ମଧ୍ୟ। ଯେଉଁ କାରଣରୁ ସେହି ଗାଁ ମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥାଏ। ପ୍ରକୃତିର ସୁନ୍ଦର ରୂପକୁ ଅନୁଭବ କରିବାକୁ ହେଉ ଅଥବା ଭ୍ରମଣର ସ୍ୱତନ୍ତ୍ର ମଜା ପାଇଁ ହେଉ ବହୁ ଲୋକେ କେତେକ ଗାଁ ଅଞ୍ଚଳକୁ ବୁଲିବାକୁ ଯାଇଥିବେ। ଆଜି ଏପରି ଏକ ଗାଁ ବିଷୟରେ ଜାଣନ୍ତୁ ଯାହା ଭାରତର ଶେଷ ଗାଁ ଭାବେ ପରିଚିତ।
ଉତ୍ତରାଖଣ୍ଡରେ ରହିଛି ଏହି ଭାରତର ଶେଷ ଗାଁ। ଏହି ଗାଁ ପରେ ଚୀନର ସୀମା ଆରମ୍ଭ ହୋଇଥାଏ। ଗାଁଟିର ନାମ ହେଉଛି ‘ମାଣା’। ଏଠାକୁ ଗଲେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଅନୁଭବ କରି ପାରିବେ। ଏହି ଗାଁ ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାରେ ବହୁ ପୌରାଣିକ ସ୍ଥାନ ମଧ୍ୟ ରହିଛି। ଏଠାରେ ପ୍ରଭୁ ଗଣେଶଙ୍କ ଗୁମ୍ଫା, ଭାରତ- ଚୀନ ସୀମା, ହିମାଳୟ ଇତ୍ୟାଦିର ସୁନ୍ଦରତାକୁ ଆପଣ ମନ ଭରି ଉପଭୋଗ କରିପାରିବେ।
ଉତ୍ତରାଖଣ୍ଡରେ ଥିବା ବଦ୍ରିନାଥ ଧାମରୁ ପ୍ରାୟ ୪ କିଲୋମିଟର ଦୂରରେ ଏହି ଗାଁ ଅବସ୍ଥିତ। ଏହି ଗାଁରେ କେବଳ କିଛି ମାସ ହିଁ ଲୋକେ ଚଳ ପ୍ରଚଳ ଦେଖିବାକୁ ମିଳିଥାଏ। ଯେଉଁ ପର୍ୟ୍ୟନ୍ତ ବଦ୍ରିନାଥ ଧାମକୁ ଦର୍ଶନ ବନ୍ଦ ହୁଏ , ସେହି ସମୟରେ ଏହି ଗାଁକୁ ମଧ୍ୟ ଲୋକେ ଆସିବା ବନ୍ଦ କରି ଦିଅନ୍ତି।
ଏଠାକୁ ଭ୍ରମଣ ପାଇଁ ଯିବାର ପ୍ରକୃତ ସମୟ ହେଉଛି ମେ’ ରୁ ଅକ୍ଟୋବର ମାସ। ଏହି ସମୟରେ ଶହ ଶହ ପର୍ୟ୍ୟଟକ ଏହି ଗାଁକୁ ବୁଲିବାକୁ ଆସିଥାଆନ୍ତି। ଏହାସହ ଏହି ସମୟରେ ବଦ୍ରିନାଥ ମନ୍ଦିର ଖୋଲା ରହୁଥିବାରୁ ଏଠାରେ ପ୍ରକୃତିର ସୌନ୍ଦର୍ୟ୍ୟ ସ୍ୱର୍ଗ ସଦୃଶ ଅନୁଭବ ହୋଇଥାଏ।
ଗମନାଗମନ ଦୃଷ୍ଟିରୁ ହରିଦ୍ୱାର ଏବଂ ଋଷିକେଶରୁ ଏହି ଗାଁକୁ ଆପଣ ସଡ଼କପଥରେ ଯାଇପାରିବେ। ହରିଦ୍ୱାରରୁ ମାଣା ଗାଁ ଯିବାକୁ ଟ୍ୟାକ୍ସି ଓ ବସର ସୁବିଧା ମଧ୍ୟ ରହିଛି। ହରିଦ୍ୱାରକୁ ଆପଣ ଯେକୌଣସି ସ୍ଥାନରୁ ରେଳପଥରେ ଯାଇପାରିବେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories