ନୂଆଦିଲ୍ଲୀ: ସଂସଦ ଭବନ କ୍ୟାଣ୍ଟିନରେ ଆଉ ଶସ୍ତାରେ ଖାଦ୍ୟ ମିଳିବ ନାହିଁ। ଏଠାରେ ପ୍ରଚଳିତ ରିଆତି ବ୍ୟବସ୍ଥାକୁ ଆଗାମୀ ବଜେଟ ଅଧିବେଶନଠାରୁ ବନ୍ଦ କରିଦିଆଯିବା ପାଇଁ ସଂସଦ ସଚିବାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦ୍ବାରା ସଂସଦ ପରିଚାଳନା ବାବଦ ଖର୍ଚ୍ଚରୁ ୮କୋଟି ଟଙ୍କା ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି। ଏତଦ୍ବ୍ୟତୀତ ପୂର୍ବରୁ କ୍ୟାଣ୍ଟିନ ପରିଚାଳନା ଦାୟିତ୍ବରେ ଥିବା ଉତ୍ତର ରେଳବାଇକୁ ଅବ୍ୟାହତି ଦିଆଯିବା ସହ ଭାରତୀୟ ପର୍ୟ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି)କୁ ଏହା ପ୍ରଦାନ କରାଯାଇଛି। କ୍ୟାଣ୍ଟିନରେ ଆଗକୁ ଖାଦ୍ୟର ମୂଲ୍ୟ କେତେ ହେବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ; କିନ୍ତୁ ରିଆତି ବ୍ୟବସ୍ଥା ହଟିବା ପରେ ସ୍ବାଭାବିକ ଭାବେ ସାଂସଦଙ୍କ ପାଇଁ ଖାଦ୍ୟ ମହଙ୍ଗା ହେବ।
Popular Categories



