www.samajalive.in
Monday, December 8, 2025
20.1 C
Bhubaneswar

ପରଲୋକରେ ପାଣ୍ଡ୍ୟା ଭ୍ରାତାଙ୍କ ପିତା

ବରୋଦା: ଭାରତୀୟ କ୍ରିକେଟର ଅଲରାଉଣ୍ଡର ଭ୍ରାତା ହାର୍ଦିକ ଓ କ୍ରୁନାଲ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ହୃଦ୍‌ଘାତରେ ପରଲୋକ ହୋଇଛି। କ୍ରିକେଟ ସହ ଅନ୍ୟାନ୍ୟ କ୍ଷେତ୍ର ସହିତ ଜଡିତ ବ୍ୟକ୍ତିବିଶେଷ ହାର୍ଦିକ ଓ କ୍ରୁନାଲଙ୍କୁ ସମବେଦନା ଜଣାଇଛନ୍ତି। ପୂର୍ବତନ କ୍ରିକେଟର ଇର୍ଫାନ ପଠାନ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ହନୁମା ବିହାରୀ, ୟୁସୁଫ ପଠାନ ପ୍ରମୁଖ ହିମାଂଶୁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହିତ ପାଣ୍ଡ୍ୟା ଭ୍ରାତାଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ହିମାଂଶୁ ଦୁଇ ପୁତ୍ର କ୍ରୁନାଲ ଓ ହାର୍ଦିକଙ୍କୁ କ୍ରିକେଟର କରିବା ଲାଗି ଫାଇନାନ୍ସ ବ୍ୟବସାୟ ବନ୍ଦ କରି ବରୋଦା ଚାଲି ଆସିଥିଲେ। ବରୋଦାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟ ରକ୍ଷକ କିରଣ ମୋରେଙ୍କ ଏକାଡ଼େମୀରେ ଦୁଇ ଭାଇଙ୍କୁ କ୍ରିକେଟ ଖେଳାଇଥିଲେ। ଦୁଇ ପୁତ୍ରଙ୍କୁ ହିମାଂଶୁ ଭଗବାନଙ୍କ ଉପହାର ବୋଲି ଭାବୁଥିଲେ। ଦୁଇ ପୁତ୍ର କ୍ରିକେଟରେ ସଫଳତା ହାସଲ କରିବା ପ​‌ରେ ଲୁହ ରୋକି ହୁଏନା ବୋଲି ଏକ ସାକ୍ଷାତକାରରେ ହିମାଂଶୁ କହିଥିଲେ। ହାର୍ଦିକ ଓ କ୍ରୁନାଲ ମଧ୍ୟ ସେମାନଙ୍କ ସଫଳତା ପଛରେ ପିତାଙ୍କ ହାତ ଥିବା ନେଇ କହୁଥିଲେ। ହାର୍ଦିକ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ଓ ଦିନିକିଆ ଖେଳି ଭାରତ ଫେରି ପରିବାର ସହ ସମୟ ବିତାଉଥିବାବେଳେ କ୍ରୁନାଲ ସୟଦ ମୁସ୍ତାକ ଅଲ୍ଲୀରେ ବରୋଦାର ନେତୃତ୍ବ ନେଉଥିଲେ। ପିତାଙ୍କ ମୃତ୍ୟୁ ଖବର ଶୁଣି କ୍ରୁନାଲ ଜୈବ୍ ନିରାପତ୍ତା ବଳୟରୁ ବାହାରି ଘରକୁ ଆସିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories