www.samajalive.in
Monday, December 8, 2025
27.1 C
Bhubaneswar

ମୁମ୍ବଇ ସିନିୟର ଦଳ ପକ୍ଷରୁ ଖେଳିଲେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ: କ୍ରିକେଟ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଘରୋଇ କ୍ରିକେଟରେ ପଦାର୍ପଣ କରିବାର ୩୨ ବର୍ଷ ପରେ ମୁମ୍ବାଇ ପାଇଁ ସିନିୟର ଦଳରେ ଖେଳିବାର ସୁଯୋଗ ପାଇଛନ୍ତି ପୁତ୍ର ଅର୍ଜୁନ ତେନ୍ଦୁଲକର। ଶୁକ୍ରବାର ବିକେସି ଗ୍ରାଉଣ୍ଡରେ ଖେଳାଯାଇଥିବା ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଏଲିଟ୍‌ ଗ୍ରୁପ-ଇ ର ହରିୟାଣା ବିପକ୍ଷ ମ୍ୟାଚରେ ଜୁନିୟର ତେନ୍ଦୁଲକର ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ବ କରି ଘରୋଇ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି। ଜୁନିୟର ତେନ୍ଦୁଲକର ମ୍ୟାଚରେ ୧୧ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ବିନା ରନ୍‌ରେ ଅପରାଜିତ ରହିଥିବାବେଳେ ୩ ଓଭର ବୋଲିଂ କରି ୩୪ରନ ବିନିମୟରେ ଗୋଟିଏ ୱିକେଟ ନେଇଥିଲେ। ଉକ୍ତ ମ୍ୟାଚରେ ମୁମ୍ବାଇ ୮ ୱିକେଟରେ ହରିୟାଣା ନିକଟରୁ ପରାଜିତ ହୋଇଛି। ପ୍ରଥମ ମ୍ୟାଚରେ ଘରୋଇ କ୍ରିକେଟରେ ଗୋଟିଏ ମ୍ୟାଚ ଖେଳିଥିବାରୁ ଏହି ଜୁନିୟର ତେନ୍ଦୁଲକର ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେବା ନେଇ ଯୋଗ୍ୟତା ହାସଲ କରିଛନ୍ତି। ୨୧ ବର୍ଷ ବୟସ୍କ ଜୁନିୟର ତେନ୍ଦୁଲକର ମୁମ୍ବାଇ ପକ୍ଷରୁ ବିଭିନ୍ନ ଜୁନିୟର ଦଳ ପକ୍ଷରୁ ଖେଳିଛନ୍ତି। ୨୦୧୮ରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଶ୍ରୀଲଙ୍କା ଗସ୍ତରେ ଜୁନିୟର ତେନ୍ଦୁଲକର ପ୍ରତିନିଧିତ୍ବ କରିଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories