www.samajalive.in
Monday, December 8, 2025
20.1 C
Bhubaneswar

କେଶ ଚୋରଙ୍କ ଉତ୍ପାତ

କାହା ଘରକୁ ଚୋର ପଶିଲେ, ସୁନା, ରୁପା, ଟଙ୍କାଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷପତ୍ର ଚୋରି କରନ୍ତି। ହେଲେ ଆମେରିକାର ମିସିସିପିରେ ଚୋର କୁନି ଝିଅ ଓ ମହିଳାଙ୍କ କେଶ କାଟି ଚୋରି କରୁଥିଲେ। ଏବେକାର ଘଟଣା ଏହା ନୁହେଁ, ୧୯୪୨ ସମୟର କଥା। କେଶ ପ୍ରତି ମହିଳାଙ୍କ ଦୁର୍ବଳତା ଥିବାବେଳେ ଚୋର କିନ୍ତୁ ରାତାରାତି ସେମାନଙ୍କ ଘନ, ଲମ୍ବା କେଶକୁ କାଟି ଦେଉଥିଲା।  ମାରିଆ ନାମ୍ନୀ ୭ ବର୍ଷର ଝିଅଟେ ପ୍ରଥମେ ଏଇ କେଶର ଚୋର ହାବୁଡ଼ରେ ପଡ଼ିଲା। ରାତିରେ ଶୋଇଥିବାବେଳେ ଝିଅଟିର କକ୍ଷର ଝରକାକୁ ଭାଙ୍ଗି ଚୋର ପଶି ମାରିଆକୁ ଲଣ୍ଡିତ ମସ୍ତକ କଲା ତା’ ବାଟରେ ଗଲା। ତହିଁ ଆରଦିନ ସକାଳୁ ମାରିଆ କାନ୍ଦିକାନ୍ଦି ଅଥୟ, ତା’ କେଶ କାଟିଲା କିଏ? ବାପା-ମା’ ମଧ୍ୟ ବ୍ୟସ୍ତ ହେଲେ କିନ୍ତୁ କ’ଣ ବା କରିପାରିବେ। ପାଖଆଖ ଲୋକଙ୍କୁ କହିଲେ, ଯିଏ ଶୁଣିଲେ, ସେ ଆଶ୍ଚର୍ଯ୍ୟ ହେଲେ। ୧୦-୧୫ଦିନ ପରେ ପୁଣି ସେହିଭଳି ଏକ ଘଟଣା ଲୋକଲୋଚନକୁ ଆସିଲା। ୫-୬ଜଣ କୁନି ଝିଅଙ୍କ କେଶ କଟା ପରେ ଜଣେ ମହିଳାଙ୍କ ଲମ୍ବା କେଶ ରାତାରାତି ଉଭାନ୍ ହେବା କଥାକୁ ସ୍ଥାନୀୟ ପୁଲିସ୍ ଗୁରୁତର ଭାବେ ଗ୍ରହଣ କଲା। ଆଉ ବିଳମ୍ବ ନ କରି ଏଥରକ କେଶ ଚୋରକୁ ଖୋଜିବା ପାଇଁ ସେମାନେ ଯୋଜନା କଲେ। କେଶ ଚୋରି ସଂଖ୍ୟା ବଢ଼ିବାବେଳକୁ ଏହା ପଛର କାରଣ ଜଣାପଡ଼ୁନଥାଏ। କେତେଜଣ ମହିଳା କହିଲେ, ଏ ଚୋର ବେଶ୍ ଚତୁର। ବିଳମ୍ବିତ ରାତ୍ରି ପ୍ରହରରେ ଆସିବା ସହ କ୍ଲୋରୋଫର୍ମ ଉପଯୋଗ କରୁଥିବାର ସେମାନଙ୍କ ମତ ଥିଲା। ଘଟଣାଟି ପ୍ରଚାର ହେବା ସହ ସ୍ଥାନୀୟ ଲୋକ ଏଇ କେଶ ଚୋରର ନାମ ‘ଫ୍ୟାଣ୍ଟମ୍ ବାର୍ବର’ ରଖିଲେ। ଚୋରଟି ଯେଉଁ ଘରେ କେଶ ଚୋରି କରେ, ସେଠାରେ ତା’ ପାଦ ଚିହ୍ନକୁ ପୁଲିସ୍ ଠାବ କରିପାରିଲା। ଚୋରକୁ ଧରିବା ପାଇଁ ଏହା ଏକ ଯଥେଷ୍ଟ ପ୍ରମାଣ ନଥିଲା। କିଛି ମାସ ପରେ ମିସିସିପି ନ୍ୟୁ କଲୋନୀରେ ରହୁଥିବା ୱିଲିୟମ୍ ଡୋଲାନ୍ ପୁଲିସ୍‌ ସନ୍ଦେହ ଘେରକୁ ଆସିଲା। ଲୋକଟିର ଗତିବିଧିକୁ କିଛି ଦିନ ଲକ୍ଷ୍ୟ କରିବା ପରେ ପୁଲିସ୍ ଗିରଫ କରି ପଚରାଉଚୁରା ଆରମ୍ଭ କଲା। ୱିଲିୟମ୍‌ର ଘର ଭିତରେ ଓ ବାହାରେ କେଶ ପୁଟୁଳି ମିଳିବା ସହ କ୍ଲୋରୋଫର୍ମ ମଧ୍ୟ ମିଳିଲା। ହେଲେ ଶେଷ ପର୍ଯ୍ୟନ୍ତ ସେ ଆଦୌ ଏସବୁ କରିବା କଥା ସ୍ବୀକାର କରିନଥିଲେ। ପୁଳିସ୍ ମଧ୍ୟ ଅନନ୍ୟୋପୟ ହୋଇ ତାଙ୍କୁ ୩ ସପ୍ତାହ ପରେ ମୁକୁଳାଇଲା। ଏହି କେଶ ଚୋରି ପ୍ରସଙ୍ଗ ଆଜି ଯାଏଁ ରହସ୍ୟ ଘେରରେ ଅଛି। 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories