www.samajalive.in
Monday, December 8, 2025
27.1 C
Bhubaneswar

ନିଯୁକ୍ତ ହେବେ ୪୫୦୦ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ବିଦ୍ୟାଳୟରେ ନୂଆ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହେବେ। ଶୁକ୍ରବାର ଏନେଇ ରାଜ୍ୟ ଅର୍ଥ, ଆଇନ, ଯୋଜନା ଓ ସଂଯୋଜନା ବିଭାଗର ବରିଷ୍ଠ ପଦାଧିକାରୀଙ୍କୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ମଧ୍ୟ ଶୁକ୍ରବାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ମଞ୍ଜୁର ମିଳିଥିବାବେଳେ ଖୁବ୍‌ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ବିଭାଗ ପକ୍ଷରୁ ଏନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ପ୍ରସ୍ତୁତ ଆରମ୍ଭ ହୋଇଛି। ରାଜ୍ୟର ୩୦ ଜିଲାରେ ଥିବା ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକଶିକ୍ଷୟିତ୍ରୀ ପଦକୁ ପୂରଣ କରାଯିବ।

- Advertisement -

ବିଭାଗରେ ଥିବା ୫୦୯୨ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୪ ହଜାର ୪୮୫ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯିବ। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରଖିବାକୁ ଖୋଲା ବିଜ୍ଞାପନ ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ହିନ୍ଦୀ, ସଂସ୍କୃତ, ଉର୍ଦୁ ବିଷୟ ସହ ଖାଲିଥିବା ପିଇଟି ପଦ ମଧ୍ୟ ପୂରଣ କରାଯିବ। ଆସନ୍ତା ୪ ମାସ ମଧ୍ୟରେ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ। ଆସନ୍ତା ଶିକ୍ଷାବର୍ଷ ପୂର୍ବରୁ ନୂଆ ଶିକ୍ଷକ ବିଦ୍ୟାଳୟରେ ନିଯୁକ୍ତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନିଯୁକ୍ତି ପ୍ରକ୍ରିୟାରେ ଯେଭଳି ଭଲ ଶିକ୍ଷକ ନିଯୁକ୍ତି ହେବ ଓ ସ୍ବଚ୍ଛତା ବଜାୟ ରହିବ ସେଥିପାଇଁ ଖୁବ୍‌ ଶୀଘ୍ର ଏକ କମିଟି ମଧ୍ୟ ଗଠନ କରାଯିବ ବୋଲି ଜଣାପଡ଼ିଛି।
ଦୀର୍ଘ ୬ ବର୍ଷ ପରେ ବିଭାଗ ପକ୍ଷରୁ ଏକକାଳୀନ ଭାବେ ଏତେ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ୨୦୧୪ରେ ଶେଷ ଥର ପାଇଁ ଶିକ୍ଷକ ନିଯୁକ୍ତି ହୋଇଥିଲେ। ଦୀର୍ଘ ଦିନ ଧରି ଶିକ୍ଷକ ପଦ ପୂରଣ କରିବାକୁ ଦାବି ହୋଇ ଆସୁଥିଲା। ତେବେ ବହୁ ସ୍କୁଲରେ ଦଶମ ଶ୍ରେଣୀରେ ଫଳ ଖରାପ ହେବା ଯୋଗୁଁ ବିଭାଗ ପକ୍ଷରୁ ଖାଲିଥିବା ଶିକ୍ଷକ ପଦ ପୂରଣ ପାଇଁ ତତ୍ପରତା ପ୍ରକାଶ ପାଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories