www.samajalive.in
Monday, December 8, 2025
27.1 C
Bhubaneswar

ଭୋଜପୁରୀ ଫିଲ୍ମରେ କମେଡି କରିବେ ବିହାରର ଆଇଏଏସ୍ ଅଧିକାରୀ

ବିହାରର ଖଗଡିୟା ଜିଲାର ଆଇଏଏସ୍ ଅଧିକାରୀ ଅନିରୁଦ୍ଧ କୁମାର ବହୁତ ଶୀଘ୍ର ବଡ ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଭୋଜପୁର ଓ ତେଲୁଗୁ ଭାଷାରେ ନିର୍ମିତ ଫିଲ୍ମ ‘ଭାଇରସ’ରେ ଆଇଏଏସ୍ ଅଧିକାରୀ ଅନିରୁଦ୍ଧ କମେଡି କରୁଥିବା ନଜର ଆସିବେ । ଅଙ୍ଗଦ ଓଝାଙ୍କ ଦ୍ବାରା ନିର୍ଦେଶିତ ଫିଲ୍ମ ‘ଭାଇରସ’ରେ ଅନେକ କଳାକାର ଅଭିନୟ କରୁଥିଲେ ହେଁ ଆଇଏଏସ୍ ଅଧିକାରୀ ଅନିରୁଦ୍ଧ କୁମାର ମୁଖ୍ୟ ଆକର୍ଷଣର ପାଲଟିଛନ୍ତି । ଅନିରୁଦ୍ଧଙ୍କ ଷ୍ଟାଣ୍ଡଅଫ୍ କମେଡି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ ବୋଲି ଆଶା କରାଯାଉଛି।

ଭାଇରସ ବହୁତ ମଜାଦାର ଓ ସନ୍ଦେଶମୂଳକ ଫିଲ୍ମ ବୋଲି ନିର୍ଦେଶକ ଅଙ୍ଗଦ ଓଝା କହିଛନ୍ତି। ଏଥିରେ ମନୋରଞ୍ଜନ ସହିତ ନୀତିଶ ସରକାରଙ୍କ ଦ୍ବାରା ହେଉଥିବା ଉଲ୍ଲେଖଯୋଗ୍ୟ କାର୍ଯ୍ୟର ଝଲକ ଦେଖିବାକୁ ମିଳିବ । ଆଇଏଏସ୍ ଅଧିକାରୀ ଅନିରୁଦ୍ଧ କୁମାର ଏଥିରେ ବାଲ୍ୟ ବିବାହ ଆଇନ, ରୋଜଗାର ଯୋଜନା, ସ୍ବଚ୍ଛତା ଓ ଯୌତୁକ ପ୍ରଥା ବିଲୋପନ ଉପରେ ସମାଜକୁ ବର୍ତ୍ତା ଦେଉଥିବା ନଜର ଆସିବେ ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories