www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱର ଗୋଠପାଟଣାରେ ଏସଟିପିଆଇ ଏଲଆଇଟ୍‍ କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ସପ୍ଟୱାର ଟେକନୋଲୋଜି ପାର୍କସ ଅଫ ଇଣ୍ଡିଆ (ଏସଟିପିଆଇ) ପକ୍ଷରୁ ଏକ ନୂତନ କେନ୍ଦ୍ର ‘ଏସଟିପିଆଇ ଏଲଆଇଟ’ ଭୁବନେଶ୍ୱରର ଗୋଠପାଟଣା ଠାରେ ପ୍ରତିଷ୍ଠା ହୋଇଯାଇଛି। ଏହାକୁ କେନ୍ଦ୍ର ଆଇଟି ଓ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉଦଘାଟନ କରିଛନ୍ତି। ଉଦଘାଟନୀ ଉତ୍ସବରେ କେନ୍ଦ୍ର ତୈଳ, ପ୍ରାକୃତିକ ବାଷ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ବୈଷୟିକ ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଜଟଣୀ ବିଧାୟକ ଭାଗୀରଥି ବଡଜେନା, ଏସଟିପିଆଇର ମହାନିର୍ଦ୍ଦେଶକ ଡଃ ଓମକାର ରାୟ, ବରିଷ୍ଠ ନିର୍ଦ୍ଦେଶକ ଦେବେଶ ତ୍ୟାଗୀ, ନିର୍ଦେଶକ ମାନସ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏସଟିପିଆଇ ଅଂଶୀଦାର ମାନଙ୍କ ସହ ସୁସମ୍ପର୍କ ରକ୍ଷା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାରତରେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ ନିର୍ଭରଯୋଗ୍ୟ କେନ୍ଦ୍ର ହୋଇପାରିଛି। ସମଗ୍ର ଭାରତରେ ଏହାର ୫୮ଟି କେନ୍ଦ୍ର କାର୍ଯ୍ୟକ୍ରମ ହୋଇଛି। କେବଳ ଓଡିଶାରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ତିନୋଟି ପୂର୍ଣ୍ଣ କାର୍ଯ୍ୟକ୍ଷମ କେନ୍ଦ୍ର ରହିଛି। ଆଗାମୀ ଦିନରେ ବାଲେଶ୍ୱର, ଅନୁଗୁଳ, ଯାଜପୁର, କୋରାପୁଟ ଓ ସମ୍ବଲପୁରରେ ଆଉ ପାଞ୍ଚଟି କେନ୍ଦ୍ର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଏସଟିପିଆଇ ଭୁବନେଶ୍ୱର ବ୍ଲୁ ଚିପ ଆଇଟି କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବା ସହ ୨୦୧୬-୧୮ରେ ୩ ଲକ୍ଷ ୮୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏସଟିପିଆଇ ଉଦ୍ୟମ ହେତୁ ଓଡିଶାର ଆର୍ଥିକ ଅଭିବୃଦ୍ଧି ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories