www.samajalive.in
Monday, December 8, 2025
20.1 C
Bhubaneswar

ମାନିଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ, ବାଲାକୋଟ ବିମାନ ଆକ୍ରମଣରେ ନିହତ ହୋଇଥିଲେ ୩୦୦ ଆତଙ୍କୀ

ଇସଲାମାବାଦ: ୨୦୧୯ ଫେବୃୟାରୀ ୨୬ରେ ପିଓକେର ବାଲାକୋଟରେ ଭାରତୀୟ ବାୟୁସେନା ଦ୍ବାରା କରାଯାଇଥିବା ବିମାନ ଆକ୍ରମଣରେ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି। ପୂର୍ବରୁ ପାକିସ୍ତାନ ବାରମ୍ବାର ଏହାକୁ ଖଣ୍ଡନ କରୁଥିବାବେଳେ ଏବେ ଏହାକୁ ସ୍ବୀକାର କରିଛନ୍ତି ପାକ୍‌ର ଜଣେ ପୂର୍ବତନ ରାଷ୍ଟ୍ରଦୂତ ଆଗା ହିଲାଲୀ।

ହିଲାଲୀ ଅଧିକାଂଶ ସମୟରେ ପାକ୍‌ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ଡିବେଟରେ ଭାଗ ନେବା ସହିତ ସର୍ବଦା ପାକିସ୍ତାନୀ ସେନାର ପକ୍ଷ ରଖିଥାନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ଇମ୍ରାନ ଖାନ ସରକାର ବିମାନ ଆକ୍ରମଣକୁ ନେଇ କହିଥିଲେ ଯେ ଏଥିରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ।

- Advertisement -

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ପରେ ଭାରତ ପକ୍ଷରୁ ପିଓକେର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଶିବିର ଉପରେ ଆକାଶମାର୍ଗରୁ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ଅତି କମରେ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ। କିନ୍ତୁ ପାକିସ୍ତାନ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଥିଲା। ମାତ୍ର ପାକିସ୍ତାନର ଏକ ଊର୍ଦ୍ଦୁ ଟିଭି ଚ୍ୟାନେଲରେ ଡିବେଟ ସମୟରେ ପୂର୍ବତନ ରାଷ୍ଟ୍ରଦୂତ ହିଲାଲୀ ଏହି ରହସ୍ୟ ଉପରେ ପରଦା ହଟାଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories