www.samajalive.in
Monday, December 8, 2025
17.1 C
Bhubaneswar

୩୩୮ ରନରେ ଅଷ୍ଟ୍ରେଲିଆ ଅଲଆଉଟ, ଭାରତର ବ୍ୟାଟିଂ ଜାରି

ସିଡ୍‌ନୀ:  ସିଡ୍‌ନୀରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଶୁକ୍ରବାର ଅଲ୍‌ଆଉଟ୍ ହୋଇଯାଇଛି। ଦଳ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରିଛି। ଷ୍ଟିଭ୍ ସ୍ମିଥ୍‌ଙ୍କ ୧୩୧ ରନ କରି ଆଉଟ ହୋଇଥିଲେ‌। ଘରୋଇ ଦଳ ଅଲ୍‌ଆଉଟ୍ ହେବା ପରେ ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଓ ଶୁଭମନ ଗିନ ବ୍ୟାଟିଂ ଆରମ୍ଭ କରଛନ୍ତି।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୨ଟି ୱିକେଟ୍ ହରାଇ ୧୬୬ ରନ୍ କରିଥିଲା।  ଗତକାଲି ଯଥାକ୍ରମେ ୬୭ ଓ ୩୧ ରନ୍ କରି ଅପରାଜିତ ରହିଥିବା ମାରନସ୍ ଲାବୁଶେନ୍ ଓ ଷ୍ଟିଭ୍ ସ୍ମିଥ୍ ଆଜି ପୁଣି ଇନିଂସ୍‌କୁ ଆଗେଇ ନେଇଥିଲେ। ତେବେ ଲାବୁଶେନ୍ ଶତକ ହାସଲ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ସେ ୯୧ (୧୧ଟି ଚୌକା) ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍‌ରେ ଆଜିଙ୍କ୍ୟ ରାହାଣେଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ୩୧ ରନ୍ କରିଥିବା ସ୍ମିଥ୍ ତାଙ୍କ ଖାତାରେ ଆହୁରି ୧୦୦ ରନ୍ ଯୋଡ଼ିବାରେ ସମର୍ଥ ହୋଇଥିଲେ। ସେ ୨୨୬ଟି ବଲ୍‌ରୁ ୧୬ଟି ଚୌକା ସହାୟତାରେ ୧୩୧ ରନ୍ କରିଥିଲେ।

- Advertisement -

ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୪ ଓ୍ବିକେଟ ନେଇଥିଲେ। ବୁମରା ଓ ସୈନି ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ସିରାଜ ଗୋଟିଏ ଓ୍ବିକେଟ ନେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories