www.samajalive.in
Monday, December 8, 2025
27.1 C
Bhubaneswar

ଅସଜଡ଼ା ରାସ୍ତା, ଲୋକେ ହିନସ୍ତା

ଦେଶର ଏକ ନମ୍ବର ସ୍ମାର୍ଟସିଟି ‘ଭୁବନେଶ୍ବର’। ଚଣ୍ଡିଗଡ଼ ପରେ ଦ୍ବିତୀୟ ଯୋଜନାବଦ୍ଧ ସହର। ବାସିନ୍ଦାଙ୍କୁ ଦୀର୍ଘସ୍ଥାୟୀ ବାସୋପଯୋଗୀ ପରିବେଶ ସହିତ ଗମନାଗମନ ବ୍ୟବସ୍ଥା, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ପ୍ରଭୃତି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅନେକ ଯୋଜନା ହେଉଛି। ବିକାଶମୂଳକ କାମ ମଧ୍ୟ ଚାଲିଛି। ହେଲେ ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି, ପୂର୍ତ୍ତ, ଜନସ୍ବାସ୍ଥ୍ୟ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ସ୍ବେରେଜ୍ ବୋର୍ଡ, ଇପିକଲ ଆଦି ବିଭିନ୍ନ ସଂସ୍ଥା ମଧ୍ୟରେ ତାଳମେଳ ରହୁ ନ ଥିବାରୁ ଭିତ୍ତିଭୂମି ବିକାଶ ଠିକ୍‌ ଭାବେ ଅଗ୍ରଗତି ହେଉନି। ବର୍ଷସାରା ବିଭିନ୍ନ ସ୍ଥାନରେ ଖୋଳାପୋତା କାମ ଚାଲୁଛି। ସ୍ମାର୍ଟସିଟିର ପ୍ରମୁଖ ରାସ୍ତାରେ ବଡ଼ବଡ଼ ଗାତ ଦେଖିବାକୁ ମିଳୁଛି। କିଛିଦିନ ପରେ ରାସ୍ତାରୁ ପିଚୁ ଛାଡ଼ି ଯାଉଛି। ବହୁ କଲୋନୀ ରାସ୍ତା ଶୋଚୀନୟ। ବିଭିନ୍ନ ସ୍ଥାନରେ ଡ୍ରେନ୍‌ପାଣି ରାସ୍ତାରେ ମାଡୁଛି। ସହରର ବହୁ ଅଞ୍ଚଳରେ ଖାଲଖମା ରାସ୍ତାରେ ଲୋକେ ଯା’ଆସ କରୁଛନ୍ତି। ଅନେକ ରାସ୍ତାରେ ବାଲିଚର ସୃଷ୍ଟି ହେବା ସହିତ ସ୍ବେରେଜ୍‌ ଏବଂ ଡ୍ରେନ୍‌ ଢାଙ୍କୁଣି ମୁକୁଳା ରହିବାରୁ ରାସ୍ତା ମରଣଯନ୍ତା ପାଲଟିଛି। ଅଧିକାଂଶ ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ୍‌ ନ ଥିବାବେଳେ ପ୍ରମୁଖ ରାସ୍ତାରେ ଆଲୋକ ବ୍ୟବସ୍ଥାରେ ବହୁ ସମସ୍ୟା ରହିଛି। କେଉଁଠି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି ତ ଆଉ କେଉଁଠି ଧପଧପ ହେଉଛି। ରାସ୍ତା ଅନ୍ଧାର ରହିବାରୁ ହମ୍ପ୍‌ସଗୁଡ଼ିକରେ ଦୁର୍ଘଟଣା ଘଟୁଛି। ରାସ୍ତାଘାଟ ଭିତ୍ତିଭୂମି ଅସଜଡ଼ା ରହୁଥିବାରୁ ଦୁର୍ଘଟଣା ବଢ଼ୁଛି। କମିସନରେଟ ପୁଲିସ ଏବଂ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ୍‌ ଯାଞ୍ଚ୍‌ କଡ଼ାକଡ଼ିକୁ ସାଧାରଣରେ ସ୍ବାଗତ କରାଯାଉଥିଲେ ବି ଭିତ୍ତିଭୂମି ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ସାଧାରଣ ଜନତା ଅସନ୍ତୋଷ ଜାହିର କରୁଛନ୍ତି। ଡବଲ୍‌ ହେଲ୍‌ମେଟ୍‌, ଡ୍ରାଇଭିଂ ଲାଇସେନ୍ସ, ସିଟ୍‌ ବେଲ୍‌ଟ ଏବଂ ଅନ୍ୟାନ୍ୟ ଟ୍ରାଫିକ୍‌ ଯାଞ୍ଚ ସମୟରେ ଜନତା ଅସଜଡ଼ା ଭିତ୍ତିଭୂମିକୁ ନେଇ ଅଧିକାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି ।

- Advertisement -

୪୧୨ ଦୁର୍ଘଟଣା, ୧୨୨ ମୃତ
କମିସନରେଟ ପୁଲିସ ସୂଚନା ଅନୁସାରେ ଭୁବନେଶ୍ବରର ବିଭିନ୍ନ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଗତ ୧୦ ମାସ ମଧ୍ୟରେ ୪୧୨ଟି ଦୁର୍ଘଟଣା ଘଟିଛି। ଏଥିରେ ୪୪୪ ଆହତ ହୋଇଥିବାବେ‌େ‌ଳ ୨୦୭ଜଣ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୨ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବେସରକାରୀ ସୂତ୍ର ଅନୁସାରେ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି କୁହାଯାଉଛି।

‘ଜରୁରୀକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି’
-ପ୍ରେମ୍‌ ଚନ୍ଦ୍ର ଚୌଧାରୀ,ବିଏମ୍‌ସି କମିସନର ତଥା ସ୍ମାର୍ଟସିଟି ସିଇଓ: ବାତ୍ୟା ‘ଫଣି’, ‘ଅମ୍ପନ’, ‘କରୋନା’ ନିମନ୍ତେ ବିକାଶମୂଳକ କାମ ପ୍ରଭାବିତ ହୋଇଛି। ଜରୁରୀକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି, ଡ୍ରେନ୍‌ ନିର୍ମାଣ ସହ ମରାମତି ଏବଂ ଭାଙ୍ଗିପଡ଼ିଥିବା ଷ୍ଟ୍ରିଟ ଲାଇଟ୍‌ ପୋଲ୍‌ ସଜଡ଼ା ଯାଉଛି। ଖରାପ ହୋଇଥିବା ବଲ୍‌ବ ବଦଳା ଯାଉଛି। ଚଳିତବର୍ଷ ମାର୍ଚ୍ଚ/ଏପ୍ରିଲ ସୁଦ୍ଧା ବିକାଶମୂଳକ କାମ ସରିଯିବ। ସ୍ମାର୍ଟ ଜନପଥଠୁ ଆରମ୍ଭ କରି ଅଧିକାଂଶ ପ୍ରକଳ୍ପର କାମ ଶେଷ ହେବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories