www.samajalive.in
Monday, December 8, 2025
27.1 C
Bhubaneswar

ପାଇଲଟଙ୍କ କ୍ୟାମେରାରେ ‘ଜେଟପ୍ୟାକ୍ ମ୍ୟାନ୍’ ର ଉଡନ୍ତା ଦୃଶ୍ୟ – ଦେଖନ୍ତୁ ଭିଡିଓ

ୱାଶିଙ୍ଗଟନ : ୨୦୨୦ ମସିହାରେ ଅନେକ ଅଜବ ଘଟଣା ଘଟିଥିଲା। ଆମେରିକାର ଲସ୍ ଆଞ୍ଜେଲସରେ ମଧ୍ୟ ସେହିଭଳି ଏକ ବିଚିତ୍ର ଘଟଣା ଘଟିଥିଲା, ଯାହା ଏବେ ସାମ୍ନାକୁ ଆସିଛି। ତିନି ହଜାର ଫୁଟ ଉଚ୍ଚରେ ଜଣେ ଅଜ୍ଞାତ ବ୍ୟକ୍ତି ଉଡୁଥିବାର ଦେଖିବାକୁ ମିଳିଥିଲା। ଜଣେ ଆମେରିକୀୟ ବିମାନ ପାଇଲଟ୍ ତାଙ୍କ କ୍ୟାମେରାରୁ ଏହି ଭିଡିଓ ସୁଟ୍ କରିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବ୍ୟକ୍ତିଙ୍କୁ ପ୍ରଥମେ ଅଗଷ୍ଟ ମାସରେ ଏବଂ ପରେ ଅକ୍ଟୋବରରେ ଛଅ ହଜାର ଫୁଟ ଉଚ୍ଚରେ ଉଡୁଥିବାର ଦେଖାଯାଇଥିଲା। ଡିସେମ୍ବରରେ ଅନ୍ୟ ଜଣେ ପାଇଲଟ୍ ଏହି ବ୍ୟକ୍ତିଙ୍କୁ ଦେଖିଥିଲେ।

- Advertisement -


ସଲିଙ୍ଗ ପାଇଲଟ୍ ଏକାଡେମୀ ଜଣେ ନିର୍ଦେଶକ ପାଇଲଟ ଏହି ଦୃଶ୍ୟକୁ ଉତ୍ତୋଳନ କରି ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଥିଲେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ଜେଟପ୍ୟାକ୍ ସହିତ ଆକାଶରେ ଉଡୁଛନ୍ତି । ଏହା କୌଣସି ଫ୍ଲାଇଟ୍ ସ୍କୁଲର ପରୀକ୍ଷାମୂଳକ ଭାବେ ଉଡାଣ ଥିଲା କିମ୍ବା କେବଳ ଜେଟପ୍ୟାକ୍ ବ୍ୟକ୍ତି ତାହା ସ୍ପଷ୍ଟ ହୋଇନାହିଁ।

ଏହି ଭିଡିଓକୁ ତିନି ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଜେଟପ୍ୟାକ୍ ବ୍ୟକ୍ତି ଦେଖିଥିବା ଦୁଇଜଣ ପାଇଲଟଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଆମେ ପାଲୋସ୍ ଭର୍ଡେସ୍ ଏବଂ କାଟାଲିନା ଦ୍ୱୀପ ମଧ୍ୟରେ ଅଭ୍ୟାସ କରୁଥିଲୁ, ସେତେବେଳେ ଜେଟପ୍ୟାକ୍ ଆକାଶରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ତେବେ ସେ ନିଖୋଜ ହେବା ପୂର୍ବରୁ ପାଇଲଟ ଜଣକ ନିଜ କ୍ୟାମେରାରେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ।

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଆମେରିକାର ଏଫବିଆଇ, ସ୍ଥାନୀୟ ପୁଲିସ ଏବଂ ଫେଡେରାଲ୍ ବିମାନ ଚଳାଚଳ ପ୍ରଶାସନ ଜେଟପ୍ୟାକ୍ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଘୋଷଣା କରିଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories