www.samajalive.in
Monday, December 8, 2025
17.1 C
Bhubaneswar

ସର୍ବସାଧାରଣ ଦର୍ଶନ ପାଇଁ ଆସନ୍ତାକାଲି ଠାରୁ ଖୋଲିବ ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି : ମହାମାରୀ କରୋନା ପାଇଁ ଦୀର୍ଘ ୧୦ମାସ ହେବ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଶ୍ରଦ୍ଧାଳୁଭକ୍ତମାନେ ବାବାଙ୍କ ଦର୍ଶନ ପାଇ ପାରୁନଥିଲେ। ମନ୍ଦିର ଖୋଲିବା ଓ ଦର୍ଶନ ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ  କୋଭିଡ ନିୟମ ଅନୁଯାୟୀ ମନ୍ଦିର ଖୋଲିବା ପାଇଁ ଜିଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଥିଲା। ସର୍ବପ୍ରଥମେ ମନ୍ଦିରର ସେବାୟତ ପରିବାର ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଥିବା ବେଳେ ଆସନ୍ତାକାଲି ରବିବାର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବ ମଣିବାବାଙ୍କ ମନ୍ଦିର। ମନ୍ଦିରର ଦୈନନ୍ଦିତନ ନୀତିକାନ୍ତି ପୂର୍ବପରି କରାଯିବା ସହିତ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ମନ୍ଦିରର ଦ୍ୱାର ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଖୋଲା ରହିବ ବୋଲି ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି କୋଭିଡ ନିୟମ ଅନୁଯାୟୀ ଶ୍ରଦ୍ଧାଳୁମାନେ ଦର୍ଶନକୁ ଯିବା ସମୟରେ ମାକ୍ସ ପିନ୍ଧିବା ଓ ସାମାଜିକ ଦୂରତା ମଧ୍ୟରେ ଯିବା ପାଇଁ  ମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ ଓ ଦୀପ ନେବା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଥିବା ବେଳେ ୧୦ ବର୍ଷରୁ କମ ଶିଶୁ ଓ ୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ଏହାସହ ମନ୍ଦିର ବେଢା ମଧ୍ୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ଓ ପୂଜାର୍ଚ୍ଚନା କରିବା, ପ୍ରସାଦ ସେବନ କରିବା ପାଇଁ ବାରଣ କରାଯାଇଛି। ଦୀର୍ଘମାସ ପରେ ମନ୍ଦିର ଖୋଲୁଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ଥର୍ମାଲ ସ୍କାନିଂ ଓ ସାନିଟାଇଜ ନିମନ୍ତେ ବ୍ୟବସ୍ଥା କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ସେହିପରି ଦର୍ଶନାର୍ଥୀଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତଙ୍କର କରୋନା ଲକ୍ଷଣ ଦେଖାଯାଏ ତାହାଲେ କୋଭିଡ ଟେଷ୍ଟ ପାଇଁ ମନ୍ଦିର ପରିସରରେ ଅସ୍ଥାୟୀ କୋଭିଡ ପରିକ୍ଷଣ କେନ୍ଦ୍ର ଖୋଲାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories