www.samajalive.in
Monday, December 8, 2025
20.1 C
Bhubaneswar

ଧୋନି, କୋହଲିଙ୍କ ସମକକ୍ଷ ହେଲେ ଜାଡେଜା

ମେଲବୋର୍ଣ୍ଣ : ଭାରତ ତରଫରୁ ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ଫର୍ମାଟ୍‌ରେ ୫୦ଟି ଲେଖାଏଁ ମ୍ୟାଚ୍‌ ଖେଳିବା ପ୍ରସଙ୍ଗରେ ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ଓ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇପାରିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଜାଡେଜା ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ବକ୍ସିଂ ଡେ’ ଟେଷ୍ଟ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୫୦ତମ ଟେଷ୍ଟ ମ୍ୟାଚ୍ ଥିଲା। ସେ ଭାରତ ତରଫରୁ ୧୬୮ଟି ଦିନିକିଆ ଓ ୫୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ​‌େ​‌ଖଳି ସାରିଛନ୍ତି। ଜାଡେଜା ଟ୍ବିଟ୍‌ କରି ୩ଟି ଯାକ ଫର୍ମାଟ୍‌ରେ ଭାରତ ତରଫରୁ ୫୦ଟି ଲେଖାଏଁ ମ୍ୟାଚ୍‌ ଖେଳିବା ତାଙ୍କ ନିମନ୍ତେ ଗୌରବର ବିଷୟ ବୋଲି ଦର୍ଶାଇଛନ୍ତି। ଏଥିସହ ସେ ଧୋନି ଓ କୋହଲିଙ୍କ ପରି ମହାନ୍‌ କ୍ରିକେଟର୍‌ଙ୍କ ସମକକ୍ଷ ହୋଇପାରିଥିବାରୁ ଖୁସି ଥିବା ଦର୍ଶାଇଛନ୍ତି। ଏହି ସଫଳତା ନିମନ୍ତେ ଜାଡେଜା ବିସିସିଆଇ, ସାଥୀ ଖେଳାଳି, ସପୋର୍ଟ ଷ୍ଟାଫ୍‌ଙ୍କୁ ସାଧୁବାଦ ଅର୍ପଣ କରିଛନ୍ତି। ସୂଚନାଥାଉକି ଧୋନି ଭାରତ ତରଫରୁ ୯୦ଟି ଟେଷ୍ଟ, ୩୫୦ଟି ଦିନିକିଆ ଓ ୯୮ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବେଳେ କୋହଲି ୮୭ଟି ଟେଷ୍ଟ, ୨୫୧ଟି ଦିନିକିଆ ଓ ୮୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories