www.samajalive.in
Monday, December 8, 2025
27.1 C
Bhubaneswar

ବିଚାରପତି ନିଯୁକ୍ତିରେ ବଂଶବାଦ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ପ୍ରସ୍ତାବରେ ବଂଶବାଦ ନୀତି ଅବଲମ୍ବନ କରାଯାଉଥିବା ଓ ପ୍ରଭାବଶାଳୀ ଲୋକଙ୍କ ସମ୍ପର୍କୀୟଙ୍କୁ ସୁଯୋଗ ଦିଆଯାଉଥିବା ନେଇ ସର୍ବୋଚ୍ଚ ଅଦାଲତଙ୍କୁ କେନ୍ଦ୍ର ସରକାର ଆଇନା ଦେଖାଇଛନ୍ତି। ଆହ୍ଲାବାଦ୍‍ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନିମନ୍ତେ ୩୩ ଜଣ ଓକିଲଙ୍କ ନାମ ତାଲିକା କେନ୍ଦ୍ରକୁ ସୁପାରିସ କରାଯାଇଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୧ ଜଣ ଓକିଲ କାର୍ଯ୍ୟରତ ତଥା ପୂର୍ବତନ ବିଚାରପତି ଅଥବା ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପର୍କୀୟ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରାର୍ଥୀମାନଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ଅନୁଧ୍ୟାନ କରିବା ପରେ ତତ୍‍ସମ୍ବନ୍ଧୀୟ ରିପୋର୍ଟ ସହିତ ଉକ୍ତ ନାମତାଲିକାକୁ କେନ୍ଦ୍ର ସରକାର ଇତିମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ ନିକଟକୁ ପଠାଇଛନ୍ତି। ତେବେ କେନ୍ଦ୍ର ପକ୍ଷରୁ ପ୍ରଥମଥର ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।
ସୂଚନା ଅନୁସାରେ ଫେବୃଆରୀରେ ଆହ୍ଲାବାଦ୍‍ ହାଇକୋର୍ଟଙ୍କ ପକ୍ଷରୁ ଏହି ନାମତାଲିକା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଏହି ଆଧାରରେ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କ ଯୋଗ୍ୟତା, ନ୍ୟାୟପାଳିକାରେ ସେମାନଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ପ୍ରତିଷ୍ଠା ସହିତ ସେମାନଙ୍କ ସମ୍ବନ୍ଧରେ କେନ୍ଦ୍ର ନିଜସ୍ୱ ଉଦ୍ୟମରେ ତଥ୍ୟ ସଂଗ୍ରହ କରିଥିଲା। ଏକ ବିରଳ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥର ବର୍ତ୍ତମାନ ଓ ପୂର୍ବତନ ବିଚାରପତିମାନଙ୍କ ସହିତ ଏହି ପ୍ରାର୍ଥୀମାନଙ୍କ ସମ୍ପର୍କ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏହି ତଥ୍ୟ ସମ୍ବଳିତ ଉକ୍ତ ନାମତାଲିକାକୁ ଇତିମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ ନିକଟକୁ ପଠାଇ ଦିଆଯାଇଛି।
ଦୁଇ ବର୍ଷ ପୂର୍ବେ ଆହ୍ଲାବାଦ୍‍ ହାଇକୋର୍ଟ ପକ୍ଷରୁ ଅନୁରୂପ ୩୦ ଜଣିଆ ନାମତାଲିକା ସୁପାରିସ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ପ୍ରାର୍ôଥତ୍ୱକୁ ତତ୍‍କାଳୀନ ପ୍ରଧାନ ବିଚାରପତି ଟି. ଏସ୍‍ ଠାକୁର ରଦ୍ଦ କରିଦେଇଥିଲେ। ଅନ୍ୟ ୧୯ ଜଣଙ୍କୁ ହାଇକୋର୍ଟ ବିଚାରପତି ନିଯୁକ୍ତ କରିବାକୁ ସରକାରଙ୍କୁ ସେ ସୁପାରିସ କରିଥିଲେ। ଏହି ନାମତାଲିକାରେ ମଧ୍ୟ ବିଚାରପତି ତଥା ରାଜନେତାଙ୍କ ସମ୍ପର୍କୀୟଙ୍କ ନାମ ରହିଥିବା ନେଇ ପ୍ରମୁଖ ଇଂରାଜୀ ଗଣମାଧ୍ୟମ ‘ଟାଇମ୍ସ ଅଫ୍‍ ଇଣ୍ଡିଆ’ରେ ପ୍ରକାଶିତ ରିପୋର୍ଟ ପ୍ରକାଶ ପାଇଛି। ତାଲିକାରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ମଧ୍ୟ ଅଣଦେଖା କରାଯାଇଥିବା ଉଲ୍ଲେଖ ରହିଛି। ୨୦୧୫ ପରଠାରୁ ବିଚାରପତି ନିଯୁକ୍ତି ନିମନ୍ତେ ଆହ୍ଲାବାଦ୍‍ ହାଇକୋର୍ଟ ପକ୍ଷରୁ ତିନୋଟି ନାମତାଲିକାରେ ୮୩ ଜଣଙ୍କ ନାମ ସୁପାରିସ ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories