www.samajalive.in
Monday, December 8, 2025
27.1 C
Bhubaneswar

ହିମାଚଳ ପ୍ରଦେଶରରେ ଅବସ୍ଥିତ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ

ଶୀତଦିନର ପ୍ରକୃତ ମଜା ଭ୍ରମଣରେ ରହିଛି। ଜାଣନ୍ତୁ ହିମାଚଳ ପ୍ରଦେଶରରେ ଅବସ୍ଥିତ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ । ଚାଉଳ,ଚା ଆଦି ପାଇଁ ପ୍ରସିଦ୍ଧ ଥିବା କାନଗ୍ରା ବହୁତ ସୁନ୍ଦର ଓ ମନୋରମ ସ୍ଥାନ ଅଟେ। ୨ରୁ ୩ ଦିନ ମଧ୍ୟରେ ଏହି ସ୍ଥାନକୁ ଯାଇ ସମସ୍ତ ଭଲ ସ୍ଥାନ ବୁଲି ପାରିବେ। ଏଠାରେ ଖୁବ ଉଚ୍ଚ ଉଚ୍ଚ ପାହାଡ଼ ଓ ବହୁ ପ୍ରସିଦ୍ଧ ସ୍ଥାନ ରହିଛି।
ବଜ୍ରେଶ୍ୱରୀ ମନ୍ଦିର –
ଏଠାରେ ବହୁ ପ୍ରାକୃତିକ ସୌନ୍ଦର୍ୟ୍ୟ ସହ ପ୍ରସିଦ୍ଧ ବଜ୍ରେଶ୍ୱରୀ ଦେବୀଙ୍କ ମନ୍ଦିର ରହିଛି। ଏହା ଏକ ଭୂ-କମ୍ପରେ ନଷ୍ଟ ହୋଇଯାଇଥିଲା, ପୁଣି ଏହାକୁ ପୁନର୍ବାର ନିର୍ମାଣ କରାଯାଇଥିଲା। ଏଠାରେ ଦର୍ଶନ ପାଇଁ ବହୁ ପରିମାଣରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ନଗରକୋଟ ଫୋର୍ଟ –
ପ୍ରାଚୀନ ନଗରକୋଟ କିଲା ଏଠାରୁ ୨.୫ କିଲୋମିଟର ଦୂର ଦକ୍ଷିଣରେ ଅବସ୍ଥିତ। ଏଠାକାର ଆଖପାଖର ସ୍ଥାନ ଦେଖିବାକୁ ଖୁବ ସୁନ୍ଦର।
ମସରୁର୍‍ –
କାନଗ୍ରା ଠାରୁ ୧୫ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏଠାରେ ଏକ ସୁନ୍ଦର ମନ୍ଦିର ରହିଛି। ଏଠାକାର ପ୍ରାଚୀନ ଗୁମ୍ଫା ଏଲୋରା ଗୁମ୍ଫା ଭଳି ସୁନ୍ଦର ଦେଖାଯାଏ।
ଜ୍ୱାଲାମୁଖୀ ମନ୍ଦିର –
କାନଗ୍ରା ଠାରୁ ୩୪ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏହା ଏକ ଆକର୍ଷଣୀୟ ସ୍ଥାନ ଅଟେ।
ସେପ୍ଟେମ୍ବର ମାସ ଠାରୁ ଏଠାକୁ ଯିବା ଖୁବ ଉତ୍ତମ ଅଟେ। କାରଣ ଏହାର ତାପମାତ୍ରା ୨୨ରୁ ୩୦ ଡି଼ଗ୍ରୀ ରହିଥାଏ। ତେଣୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ଲାଗିନଥାଏ।
ଗମନାଗମନ ଦୃଷ୍ଟିରୁ –
ଦିଲ୍ଲୀ , ସିମ୍‍ଲା, ମନାଲୀ,ଚଣ୍ଡୀଗଡ଼ ଆଦି ସହର ମାନଙ୍କ ଠାରୁ ଏଠାକୁ ଲଗାତାର ବସ ଚାଲୁଥାଏ।
ରେଳ –
କାନଗ୍ରାକୁ ଯିବା ନିମନ୍ତେ ସବୁଠାରୁ ନିକଟତମ ରେଳ ଷ୍ଟେସନ ହେଉଛି ପଠାନକୋଟ୍‍ । ଷ୍ଟେସନରୁ ସହଜରେ ବସ ଏବଂ ଟ୍ୟାକ୍ସି ମିଳିଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories