www.samajalive.in
Monday, December 8, 2025
27.1 C
Bhubaneswar

ରଜନୀକାନ୍ତ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ତାମିଲ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ରଜନୀକାନ୍ତ ନିକଟରେ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଡିସେମ୍ବର ୩୧ରେ ସେ ନିଜ ଦଳ ଘୋଷଣା କରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

କିଛିଦିନ ତଳେ ତାଙ୍କର ଏକ ଫିଲ୍ମ ‘ଅନ୍ନାଥ’ର ଶୁଟିଂ ସେଟ୍‌ରେ ୭ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ରଜନୀକାନ୍ତଙ୍କର ମଧ୍ୟ କୋଭିଡ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ସହିତ ତାଙ୍କ ରକ୍ତ ଚାପ ଅସ୍ଥିର ରହୁଥିଲା। ଆଜି ସକାଳେ ଉଚ୍ଚ ରକ୍ତଚାପ ଯୋଗୁ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

- Advertisement -

ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ବିବୃତି ଜାରି କରାଯାଇଥିଲା। ସେଥିରେ ଉଲ୍ଲେଖ ରହିଛି ଯେ, ଆଜି ସକାଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ଧରି ସେ ହାଇଦ୍ରାବାଦରେ ଶୁଟିଂ କରୁଥିଲେ। ଶୁଟିଂ ସେଟ୍‌ରେ କିଛି ଲୋକ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଗତ ୨୨ ତାରିଖରେ ରଜନୀକାନ୍ତଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସେବେଠାରୁ ରଜନୀକାନ୍ତ ନିଜକୁ ଆଇସୋଲେଶନରେ ରଖିଥିଲେ। ତାଙ୍କଠାରୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ। କେବଳ ରକ୍ତଚାପରେ ହଠାତ୍‌ ବୃଦ୍ଧି ଏବଂ ହ୍ରାସ ଘଟୁଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories