www.samajalive.in
Monday, December 8, 2025
27.1 C
Bhubaneswar

ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଜମାଖାତାକୁ ୧୮ ହଜାର କୋଟି ପଠାଇଲେ

ନୂଆଦିଲ୍ଲୀ: ପିଏମ କିସାନ ସମ୍ମାନନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ୯ କୋଟି ଚାଷୀଙ୍କ ବ୍ୟାଙ୍କ୍‍ ଜମାଖାତାକୁ ୧୮ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ପୁଶ୍‍ ବଟନ୍‍ ଦ୍ୱାରା ପ୍ରଧାନମନ୍ତ୍ରୀ ଏହି ଅର୍ଥ ହସ୍ତାନ୍ତର କରିଛନ୍ତି।

ଏହା ସହିତ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ରାଜ୍ୟର କୃଷକଙ୍କ ସହ କଥା ହୋଇ ସେମାନେ ଏହି ଅର୍ଥକୁ କେଉଁ କ୍ଷେତ୍ରରେ ବିନିଯୋଗ କରୁଛନ୍ତି ସେ ବିଷୟରେ ଆଲୋଚନା କରିଛନ୍ତି। ଚାଷୀମାନେ ମଧ୍ୟ ମୋଦୀଙ୍କ ସହ କଥା ହେବା ବେଳେ ନିଜ ଅଭିଜ୍ଞତା ସମ୍ପର୍କରେ ମତ ଦେଇଛନ୍ତି।

- Advertisement -

ପିଏମ କିସାନ ସମ୍ମାନନିଧି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସରକାର ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ୪ ମାସରେ ଥରେ ୩ଟି କିସ୍ତିରେ ଏହି ଅର୍ଥ ଦିଆଯାଉଛି। ତେବେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥ ସିଧାସଳଖ ହସ୍ତାନ୍ତର ହେଉଛି।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ ଉତ୍ତମ ଶାସନ, ସ୍ୱଚ୍ଛତା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଦୀ ସରକାର କୃଷିକ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ତୋମାର କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories