www.samajalive.in
Monday, December 8, 2025
27.1 C
Bhubaneswar

୭ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଇଥଖୋଲା ଆରଆଇ

ଧାମରା: ଭିଜିଲାନ୍ସ ଜାଲରେ କଇଥଖୋଲା ଆରଆଇ। ଜମିର ନାମଜାରୀ ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କଇଥଖୋଲା ଆରଆଇ କୃଷ୍ନଚନ୍ଦ୍ର ଦାସ।

ଘଟଣାରୁ ପ୍ରକାଶ, କଇଥଖୋଲା ପୂର୍ଣ୍ଣପ୍ରସାଦ ଗ୍ରାମର ପ୍ରଭାଂଶୁ ମାଇତିଙ୍କ ପୁଅ ସତ୍ୟପ୍ରକାଶ ମାଇତିଙ୍କ ଏକ ଜମିର ନାମଜାରୀ ପାଇଁ ବାରମ୍ବାର କଇଥଖୋଲା ଆରଆଇଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଥମେ ୧୦ହଜାର ଓ ପରେ ୭ହଜାର ଟଙ୍କା ଦେଲେ ଏହି ନାମଜାରୀ ସମ୍ଭବ ବୋଲି ଆରଆଇ କୃଷ୍ନଚନ୍ଦ୍ର ଦାସ ସତ୍ୟପ୍ରକାଶକୁ କହିଥିଲେ। ମାତ୍ର ଏତେ ଟଙ୍କା ଦେବା ସମ୍ଭବ ନହେବାରୁ ସତ୍ୟପ୍ରକାଶ ବାଲେଶ୍ୱର ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଧିକାରୀଙ୍କ ପରାମର୍ଶ କ୍ରମେ ଆଜି ଅପରାହ୍ନ ୨ଟା ସମୟରେ ସତ୍ୟରଞ୍ଜନ ସଂପୃକ୍ତ ଆରଆଇ ଏବଂ ତାଙ୍କ ସହଯୋଗୀ ବାଇଧର ଜେନାଙ୍କ ଉପସ୍ଥିତିରେ ରସାୟନ ବୋଳା ହୋଇଥିବା ୭ହଜାର ଟଙ୍କା ଦେଉଥିବା ସମୟରେ ବାଲେଶ୍ୱର ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲେ। ଘଟଣାସ୍ଥଳରୁ ଭିଜିଲାନ୍ସ ଟିମ ଆର ଆଇ କୃଷ୍ନଚନ୍ଦ୍ର ଦାସ ଓ ସହଯୋଗୀ ବାଇଧର ଜେନାଙ୍କୁ ଗିରଫ କରିଥିଲା।

- Advertisement -

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories