www.samajalive.in
Monday, December 8, 2025
27.1 C
Bhubaneswar

ଖୁଣ୍ଟୁଣୀରେ ଏଟିଏମ ସେବା ସଂପୂର୍ଣ୍ଣ ଅଚଳ, ବିପଦପୂର୍ଣ୍ଣ ଜଙ୍ଗଲ ରାସ୍ତାରେ ଯାଉଛନ୍ତି ଉଠାଣପାଇଁ

ଗୁରୁଡିଝାଟିଆ: ଖୁଣ୍ଟୁଣୀରେ ଏଟିଏମ ସେବା ସଂପୂର୍ଣ୍ଣ ଭୁଷୁଡି ପଡିଛି। ଗୋଟିଏ ନୁହେଁ ଦୁଇଟି ନୁହେଁ ୪ଟି ଏଟିଏମ କେନ୍ଦ୍ର ଅଚଳ ହୋଇପଡିବାରୁ ଟଙ୍କା ଉଠାଣ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଖରାପ ଏଟିଏମ ଗୁଡିକର ମରାମତି ପାଇଁ ତ୍ୱରିତ ପଦକ୍ଷେପ ନେଇ ନ ଥିବାରୁ ବାଧ୍ୟ ହୋଇ ଉପଭୋକ୍ତାମାନେ ବିପଦପୂର୍ଣ୍ଣ ଜଙ୍ଗଲରାସ୍ତାରେ ୫କିମି ଅତିକ୍ରାନ୍ତ କଲାପରେ ଘଣ୍ଟିଖାଲଠାରେ ଥିବା ଏଟିଏମରୁ ଟଙ୍କା ଉଠାଇବା ପାଇଁ ବାଧ୍ୟ ହେଉଛନ୍ତି। ଯେଉଁ ରାସ୍ତାରେ ଦିନରେ ମଧ୍ୟ ଯାତାୟାତ ବିପଦପୂର୍ଣ୍ଣ ଅଟେ। କିନ୍ତୁ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ଘଣ୍ଟିଖାଲ ଆସୁଛନ୍ତି। ପ୍ରକାଶଯୋଗ୍ୟ ଖୁଣ୍ଟୁଣୀ ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମକେନ୍ଦ୍ର ଥିବା ବେଳେ ଏହା ଦୀର୍ଘଦିନ ହେଲା ଅଚଳ ହୋଇ ପଡିଛି। ଏହାର ଏକ ଯନ୍ତ୍ରାଂଶ ଖରାବ ହୋଇଥିବାରୁ ଏବେସୁଦ୍ଧା ମରାମତି ହୋଇପାରିନାହିଁ। କେବେ ହେବ ତାହା ପ୍ରଶ୍ନବାଚୀ। ବିଭାଗୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ଖୁଣ୍ଟୁଣୀରେ ଭଲ ବ୍ୟବସାୟିକ ସଫଳତା ପାଇଥିଲେ ମଧ୍ୟ ଉପଭୋକ୍ତାଙ୍କ ହୀତ ଦୃଷ୍ଟିରୁ କଣ ପାଇଁ ତୁରନ୍ତ ଏଟିଏମକୁ କାର୍ଯ୍ୟକ୍ଷମ କରୁନାହାନ୍ତି , ସେଥିପାଇଁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଅନୁରୂପ ଭାବରେ ୟୁକୋ ବ୍ୟାଙ୍କର ଏଟିଏମ ଓ ଅନ୍ୟ ଦୁଇ ବ୍ୟାଙ୍କର ଏଟିଏମ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ କେବଳ ଖୁଣ୍ଟୁଣୀ କହିଁକି ଗୁରୁଡିଝାଟିଆ, କୁମାର ପୁର, ଛଅଗାଁ, ରାଧାକିଶୋରପୁର, ଓରନ୍ଦା, ଡାଳଭାଗ, ଭୋଗରା, କଣ୍ଡରେଇ ଓ ରାଧାକୃଷ୍ଣପୁର ପଞ୍ଚାୟତର ଜନସାଧାରଣ ଏଟିଏମ ସେବାରୁ ବଞ୍ଚିତ ହୋଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଅନେକାଂଶରେ ଜରୁରୀ ଟଙ୍କା ଉଠାଣ ପାଇଁ ବିପଦ ଥିଲେ ମଧ୍ୟ ୫ କିମି ଜଙ୍ଗଲରାସ୍ତାରେ ଘଣ୍ଟିଖାଲରୁ ଟଙ୍କା ଉଠାଇ ଆସିବାକୁ ପଡୁଛି। ଭାରତୀୟ ଷ୍ଟେଟବ୍ୟାଙ୍କ ପ୍ରତି ଜନସାଧାରଣ ଓ ଉପଭୋକ୍ତାଙ୍କ ବିଶ୍ୱାସନିୟତା ଢେର ଅଧିକ। ଏଭଳି ଏକ ପ୍ରତିଷ୍ଠାନ କଣ ପାଇଁ ତୁରନ୍ତ ଅଚଳ ହୋଇଥିବା ଏଟିଏମକୁ ଖୁଣ୍ଟୁଣୀଠାରେ ମରାମତି କରୁନାହାନ୍ତି। ଏଥିରେ କାହାର ତୃଟି ରହିଛି ତାହାକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories