www.samajalive.in
Monday, December 8, 2025
20.1 C
Bhubaneswar

ଦଳିତ ଯୁବତୀ ପ୍ରମୋଦିନି ହତ୍ୟା ମାମଲା; ଅଭିଯୁକ୍ତର ସୂଚନା ଦେଲେ ୧୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କେ.ନୁଆଗାଁ ଥାନା ଅନ୍ତର୍ଗତ ଦେଖାଲି ଗ୍ରାମର ୨୨ ବର୍ଷର ଝିଅ ପ୍ରମୋଦିନୀ ନାୟକଙ୍କ ହତ୍ୟାକାରୀ ବିଷୟରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି ବ୍ରହ୍ମପୁର ଏସପି ପିନଙ୍କ ମିଶ୍ର। ଆଜକୁ ୭ ମାସ ପ୍ରମୋଦିନି ନିଜ ମା ସହ ଧାନ ବିଲକୁ ଯାଇଥଲେ। ସେଠାରୁ ନିକଟସ୍ଥ ନଦୀକୁ ଯାଇଥିବା ବେଳେ କିଛି ସମୟ ପରେ ତାଙ୍କର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ପରିବାର ଲୋକେ ବହୁବାର କେ.ନୂଆଗାଁ ଥାନା ଅଧିକାରୀ, ଚିକିଟି ଏସଡିପିଓ, ବ୍ରହ୍ମପୁର ଏସପି, ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇପାରିନାହିଁ । ଏପରିକି ଘଟଣାକୁ ନେଇ ବିଜେପି ପକ୍ଷରୁ ଦିଗପହଣ୍ଡିରେ ଧରଣା ଦିଆଯିବା ସହ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମାଲା ମଧ୍ୟ ରୁଜୁ ହୋଇଥିଲା। ନିକଟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ମୃତ ପ୍ରମୋଦିନିଙ୍କ ଗ୍ରାମକୁ ଯାଇ ତଦନ୍ତ କରି ଫେରିଥିଲେ। ହେଲେ ଅଭିଯୁକ୍ତଙ୍କ ବିଷୟରେ କୌଣସି ସୁରାକ ନ ମିଳିବାରୁ ପୁଲିସ ଶେଷରେ ପୁରସ୍କାର ରାଶି ଘୋଷଣା କରିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories