www.samajalive.in
Thursday, December 11, 2025
27.1 C
Bhubaneswar

ସିରିଜ୍‌ ପୋଛିବା ପାଇଁ ଅଷ୍ଟ୍ରେଲିଆ ପାଖରେ ସୁଯୋଗ : ପଣ୍ଟିଂ

ମେଲବୋର୍ଣ୍ଣ : ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଘରୋଇ ଅଷ୍ଟ୍ରେଲିଆ ଆଡିଲେଡ୍‌ରେ ଦମ୍‌ଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଘରୋଇ ଦଳ ନିକଟରେ ସିରିଜ୍‌କୁ ୪-୦ରେ ମୂଳପୋଛ କରିବା ନେଇ ଭଲ ସୁଯୋଗ ରହିଛି ବୋଲି ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି। ଆଡିଲେଡ୍‌ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ଆଗରେ ଥିଲେ ମଧ୍ୟ ୨ୟ ଇନିଂସରେ ୩୬ ରନ କରିଥିଲା। ଅଷ୍ଟ୍ରେଲିଆ ୮ ୱିକେଟରେ ଜିତି ବର୍ଡର-ଗାଭାସ୍କର ଟ୍ରଫିରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ମ୍ୟାଚକୁ ଦେଖିଲେ ଭାରତ ପ୍ରତ୍ୟାବର୍ତ୍ତନ କରିବା ମନେ ହେଉନାହିଁ ବୋଲି ପଣ୍ଟିଂ କହିଛନ୍ତି। ଭାରତ ଅବଶିଷ୍ଟ ୩ଟି ମ୍ୟାଚରେ ଅଧିନାୟକ ବିରାଟ କୋହଲିଙ୍କ ବିନ​‌ା ଖେଳିବ। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଭାରତ ପାଇଁ ଉକ୍ତ ସିରିଜ୍‌ ବଡ ଆହ୍ବାନକର ହେବ ବୋଲି ପଣ୍ଟିଂ କହିଛନ୍ତି। ୨ୟ ଟେଷ୍ଟରେ ଭାରତ ଶ୍ରେଷ୍ଠ ଏକାଦଶ ନେଇ ପଡ଼ିଆକୁ ଓହ୍ଳାଇବା ଆବଶ୍ୟକ। ପ୍ରଥମ ଟେଷ୍ଟରେ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୃଥ୍ବୀ ସ ଓ ୱିକେଟ ରକ୍ଷକ ଋଦ୍ଧିମାନ ଶାହାଙ୍କ ପ୍ରଦର୍ଶନ ଅତି ନିମ୍ନସ୍ତରର ରହିଥିଲା। ବକ୍ସିଂ ଡେ ଟେଷ୍ଟରେ ଭାରତ ଋଷଭ ପନ୍ତ ଓ ଯୁବ ବ୍ୟାଟ୍‌ସମ୍ୟାନ ଶୁବମାନ ଗିଲଙ୍କୁ ଖେଳାଇବା ନେଇ ବିକଳ୍ପ ରହିଛି ବୋଲି ପଣ୍ଟିଂ କହିଛନ୍ତି। ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚରେ ପୃଥ୍ବୀ ପ୍ରତ୍ୟାବର୍ତ୍ତନ କରିବା ନେଇ ମୁଁ ଆଶା କରୁନି ବୋଲି ପଣ୍ଟିଂ କହିଛନ୍ତି। ଅଷ୍ଟ୍ରେଲିଆ ପାଇଁ ଭଲ ଖବର ଜୋ ବର୍ନସ ଫର୍ମକୁ ଫେରିବା। ପ୍ରଥମ ଇନିଂସରେ ବର୍ନସ ବିଫଳ ହେବା ପରେ ୨ୟ ଇନିଂସରେ ଅପରାଜିତ ୫୧ ରନ କରିଥିଲେ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories