www.samajalive.in
Monday, December 8, 2025
27.1 C
Bhubaneswar

ଦେଓଗାଁ ବ୍ଲକ ବିଜେଡିର ସାମ୍ବାଦିକ ସମ୍ମିଳନୀ ; ପ୍ରସ୍ତାବିତ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି

ଦେଓଗାଁ : ଦେଓଗାଁ ବ୍ଲକ ବିଜେଡ଼ି ପକ୍ଷରୁ ଶନିବାର ଦେଓଗାଁ ଡ଼ାକ ବଙ୍ଗଳାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗରୁ ବିଧାନସଭାରେ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ବଲାଙ୍ଗିର ଜିଲାର ଦେଓଗାଁ, ଗୁଡ଼ଭେଲା ଓ ସଇଁନ୍ତଲା ବ୍ଲକ ଅଞ୍ଚଳର ଚାଷୀମାନେ ସ୍ୱାଗତ ଜଣାଇବା ସହ ପ୍ରସ୍ଥାବିତ କୃଷି ବିଶ୍ୱବିଦ୍ୟାଳୟ ଦେଓଗାଁ ନିକଟସ୍ଥ ମେଷ ପାଳନ କେନ୍ଦ୍ରରେ ଖୋଲାଯାଉ ବୋଲି ଦାବି କରିଛନ୍ତି।

ଦେଓଗାଁ ମେଷ ପାଳନ କେନ୍ଦ୍ରରେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ପଡ଼ୁଥିବା ଅନେକ ଭିତ୍ତିଭୂମି ରହିଛି। ତାହା ସହ ଦେଓଗାଁ ଡାକ ବଙ୍ଗଳା ନିକଟରେ କୃଷି ମନ୍ତ୍ରଣାଳୟର ଅଧିନରେ ଥିବା ପଶୁ ସମ୍ପଦ ବିଭାଗ ନାଁରେ  ଅଛି ୧୩୮ ଏକର ଜମି। ୧୯୭୨ ମସିହାରେ ସ୍ଥାପନ ହୋଇଥିବା ଏହି ମେଷ ପ୍ରଜନନ କେନ୍ଦ୍ର ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ଅଛି। ଦେଓଗାଁ ମେଷ ପ୍ରଜନନ କେନ୍ଦ୍ରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ସୋନପୁର, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଅଞ୍ଚଳର ଚାଷୀ ଓ ଯୁବକମାନେ ଉପକୃତ ହେବେ ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡ଼ି ନେତା ଲକ୍ଷ୍ମଣ ମେହେର କହିଛନ୍ତି। ସୂଚନାଯୋଗ୍ୟ ଯେ, ଏଠାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ କେହି ବିସ୍ଥାପିତ ହେବେ ନାହିଁ କି ସ୍ଥାନ ମଧ୍ୟ ଖୋଜିବାକୁ ପଡ଼ିବ ନାହିଁ। ଦେଓଗାଁ ମେଷ ପାଳନ କେନ୍ଦ୍ରରେ ପ୍ରସ୍ଥାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ବ୍ଲକ ବିଜେଡ଼ି ପକ୍ଷରୁ ଦାବି ହେଉଛି। ଚଳିତ ମାସ ଶେଷ ସପ୍ତାହରେ ଦଳମତ ନିର୍ବିଶେଷରେ ବଲାଙ୍ଗିର ଜିଲାର ସମସ୍ତ ବିଧାୟକ ଓ ସାଂସଦ ଭୁବନେଶ୍ୱର ରାଜ୍ୟ କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସମ୍ମିଳନୀରେ ଦେଓଗାଁ ବ୍ଲକ ଅଧ୍ୟାକ୍ଷା ରୀନା ମେହେର, ଜିଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡ଼ି ସଭାପତି ସୁଶୀଲ ଚାନ୍ଦ, ଯୁବ ବିଜେଡ଼ି ସଭାପତି ଶୈଳେନ୍ଦ୍ର ସାହୁ, ହୃଦାନନ୍ଦ ଗଡ଼ତ୍ୟା ଉପସ୍ଥିତ ଥିଲେ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories