www.samajalive.in
Monday, December 8, 2025
27.1 C
Bhubaneswar

‘ପରୀକୁ ନ୍ୟାୟ’: ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ପର୍ଯ୍ୟନ୍ତ ବିଜେପିର ୫ ଦିନିଆ ପଦଯାତ୍ରା କାର୍ଯ୍ୟକ୍ରମ

ଭୁବନେଶ୍ୱର: ନାବାଳିକା ପରୀ ଓ ତାର ପରିବାରକୁ ନ୍ୟାୟ ପ୍ରଦାନ, ଘଟଣାର ସିବିଆଇ ତଦନ୍ତ ଓ ଅନ୍ୟାନ୍ୟ ଦାବିରେ ବିଜେପି ଆସନ୍ତା ୨୦ ତାରିଖରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରଠାରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ଚଳାଇବ ୫ ଦିନିଆ ପଦଯାତ୍ରା । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡିଶାର ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ସହ ଓଡିଶାର ମାତୃଶକ୍ତି ଏବଂ ଶିଶୁ ସଂପଦର ସୁରକ୍ଷା ପାଇଁ ଆଗକୁ ଆସି ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ସାମିଲ ହେବା ଆବଶ୍ୟକ । ନୟାଗଡ ଜିଲ୍ଲା ଯଦୁପୁର ଗାଁର ୫ ବର୍ଷର ଝିଅ ‘ପରୀ’ର ହୃଦୟ ବିଦାରକ ହତ୍ୟା ଏବଂ ତତ୍‍ ସଂଲଗ୍ନ ଅଙ୍ଗଚୋରୀ ଓ ଦୋଷୀଙ୍କୁ ଘଂଟ ଘୋଡାଇବାର କୁତ୍ସିତ ପ୍ରୟାସ ସାଧାରଣ ମାନବିକ ସମ୍ବେଦନା ଏବଂ ଚେତନାକୁ ଗଭୀର ଆଘାତ ଦେଇଛି। ପ୍ରଶାସନର ସ୍ଥାଣୁତା ଏବଂ ନିଷ୍କ୍ରିୟତା ଏହି ଘଟଣାର ପ୍ରକୃତି ଦୋଷୀକୁ ଧରିବାରେ ନା କେବଳ ବିଫଳ ହୋଇଛନ୍ତି ବରଂ ଖୋଦ୍‍ ସରକାରଙ୍କ ଏକ କ୍ଷମତାସୀନ ମନ୍ତ୍ରୀ ଅରୁଣ ସାହୁ ଦୋଷୀଙ୍କୁ ଘଂଟ ଘୋଡାଇଥିବା କଥା ମଧ୍ୟ ପଦାକୁ ଆସିଛି। ନାରୀ ସୁରକ୍ଷା ଏବଂ ଶିଶୁ ସୁରକ୍ଷା ଆଜି ଚରମ ଅବହେଳାର ଶିକାର ହୋଇଛି।
ଗତ ୨ ବର୍ଷ ଭିତରେ ରାଜ୍ୟରୁ ୫୫୦୦ ଶିଶୁ ନିଖୋଜ ହୋଇଛନ୍ତି। ସେମାନଙ୍କ ମା’ର କୋଳ ଶୂନ୍ୟ ହୋଇଛି। ତାଙ୍କ ଛାତିର କୋହକୁ ଶୁଣିବା ପାଇଁ କି ଆଖିର ଲୁହକୁ ପୋଛିବା ପାଇଁ ସରକାରଙ୍କ ନା ଅଛି ଆଗ୍ରହ ନା ଅଛି ପ୍ରୟାସ। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ଏହି ସମ୍ବେଦନହୀନତା ଏବଂ ଅପରାଧୀକୁ ଘଂଟ ଘୋଡାଇବା ଅପଚେଷ୍ଟାକୁ ବିରୋଧ କରି ଏବଂ ପରୀକୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଆସନ୍ତା ଡିସେମ୍ବର ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ମହାପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ‘ପରୀ’ ର ଗାଁ ନୟାଗଡର ଯଦୁପୁର ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ‘ପରୀକୁ ନ୍ୟାୟ ପଦଯାତ୍ରା’ରେ ବାହାରିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

- Advertisement -

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories