www.samajalive.in
Monday, December 8, 2025
20.1 C
Bhubaneswar

ଅନଲାଇନରେ ବସ ଟିକଟ କାଟି ଯାତ୍ରୀ ହଟହଟା

ନବରଙ୍ଗପୁର : ଅନଲାଇନରେ ବସ ଟିକଟ କାଟି ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି। ନବରଙ୍ଗପୁର ସଦରମହକୁମା ଠାରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ନବରଙ୍ଗପୁର ଠାରୁ ବିଶାଖାପାଟଣା ଯିବାପାଇଁ ନବରଙ୍ଗପୁରର କିଛି ଯାତ୍ରୀ ଓଏସଆରଟିସି ଅନଲାଇନରେ ଗତକାଲି ଟିକଟ ଅଗ୍ରିମ ବୁକ କରିଥିଲେ । ଟିକଟ ବୁକ କରିବା ଟଙ୍କା ପୈଠ ପରେ ପିଏନଆର ଷ୍ଟାଟସ ଦେଖିଥିଲେ। ବସର ସିଟ ନଂ ସହ ୯ ତାରିଖ ରାତ୍ର ୭ଘଣ୍ଟା ସମୟରେ ନବରଙ୍ଗପୁରରୁ ବସ ଛାଡିବ ବୋଲି ସୂଚନା ଆସିଥିଲା । କିନ୍ତୁ ସେଥିରେ ବସ ନମ୍ବର କିମ୍ବା ବସର ନାମ ଦିଆଯାଇନଥିଲା । ସୂଚନା ମୁତାବକ ଯାତ୍ରୀମାନେ ୭ ଘଣ୍ଟା ସମୟରେ ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିବା ପରେ ୭.୩୦ ରେ ମଧ୍ୟ କୌଣସି ବସ ନଂ ଆସିବାରୁ ଟିକଟ ରେ ଥିବା କଷ୍ଟମର କେର ନମ୍ବର ଭୁବନେଶ୍ୱରକୁ ଫୋନ କରିଥିଲେ ଯାତ୍ରୀ ପରେ ସେମାନେ ନବରଙ୍ଗପୁର ଓଏସଆରଟିସି ଷ୍ଟେସନ ମାଷ୍ଟରଙ୍କୁ ଯୋଗାଯୋଗ କରିବା ପାଇଁ କହିଥିଲେ । ନବରଙ୍ଗପୁର ଷ୍ଟେସନ ମାଷ୍ଟର ଅରୁଣ ନାୟକଙ୍କୁ ପଚାରିବାରୁ ସେ ବସ ରାତ୍ର ୯ଘଣ୍ଟା ସମୟରେ ଆସିବ ବୋଲି ସୂଚନା ଦେବାସହ ଅନଲାଇନ ତ୍ରୁଟି ଯୋଗୁଁ ଏପରି ହୋଇଥିବା ସ୍ୱୀକାର କରିଛନ୍ତି । ଏନେଇ ବିଶାଖାପାଟଣା ଯିବାକୁ ଥିବା ଯାତ୍ରା ପ୍ରମୁଖ ଏନ ପଦ୍ମା, ଏନ ଲଚମନ ରାଓ, ଏନ ଲକି ଏବଂ ଅନ୍ୟମାନେ ଓଏସଆରଟିସି ର ଏପରି ତ୍ରୁଟି ଯୋଗୁଁ ଜରୁରୀ କାର୍ଯ୍ୟରେ ଯାଉଥିବା ଯୋଗୁଁ ସେମାନେ ଅସୁବିଧାର ସମ୍ମୁଖୀନ ହେଇଥିବା କହିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories