www.samajalive.in
Monday, December 8, 2025
17.1 C
Bhubaneswar

୧୦ ଟଙ୍କାର ନିର୍ମାଲ୍ୟ ୪୯୯ରେ ବିକ୍ରି ଘଟଣା, ସିଂହଦ୍ବାର ଥାନାରେ ମନ୍ଦିର ପ୍ରଶାସକଙ୍କ ଏତଲା

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ଅନ୍‌ଲାଇନରେ ଏବଂ ଅନଧିକାର ଭାବେ ବିକ୍ରି କରିବା ଆମାଜନ୍‌କୁ ବିବାଦ ଭିତରକୁ ଟାଣି ନେଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଆମାଜନ୍‌ ବିରୋଧରେ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ମନ୍ଦିର ପ୍ରଶାସନ ଅନୁମତି ବିନା ଆମାଜନ୍‌ ନିର୍ମାଲ୍ୟ ବିକ୍ରି କରୁଥିବା ପ୍ରଶାସକ (ନୀତି) ଜିତେନ୍ଦ୍ରକୁମାର ସାହୁ ଏତଲାରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାର ତୁରନ୍ତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତାହାକୁ ଭିତ୍ତିକରି ସିଂହଦ୍ବାର ଥାନା ପୁଲିସ ମୋକଦ୍ଦମା ରୁଜୁ କରିଛି।

ଥାନାରେ ହାଜର ହୋଇ ଶ୍ରୀଜଗନ୍ନାଥଙ୍କ ନିର୍ମାଲ୍ୟ ବିକ୍ରି ସମ୍ପର୍କିତ କାଗଜପତ୍ର ଦାଖଲ ନିମନ୍ତେ ଆମାଜନ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍‌ଲାଇନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ କାହାରିକୁ ଅନୁମତି ଦେଇ ନଥିବା ପ୍ରଶାସକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଅରୁଣସ୍ତମ୍ଭ ନିକଟରେ ନିର୍ମାଲ୍ୟ ବିକ୍ରି ଅଧିକାର କେବଳ ସୁଆର ମହାସୁଆର ସେବକଙ୍କର ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories