www.samajalive.in
Monday, December 8, 2025
27.1 C
Bhubaneswar

ଫିରିଙ୍ଗିଆଠାରେ କଂଗ୍ରେସର ବ୍ଲକ ସଭାପତି ଚୟନ ବୈଠକ, ତାଳେଶ୍ୱର କହଁର ହେଲେ ବ୍ଲକ ସଭାପତି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନିପଦର ପଂଚାୟତ ଅନ୍ତର୍ଗତ ବରେବାଟା ଠାରେ ଆଜି ଫିରିଙ୍ଗିଆ ବ୍ଲକ କଂଗ୍ରେସ କମଟିର ସଭାପତି ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ବ୍ଲକ ଯୁବ କଂଗ୍ରେସ ସଭାପତି ଗୋକୁଳ କହଁରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମାଧ୍ୟରେ ପୂର୍ବତନ ବ୍ଲକ କାର୍ଯ୍ୟକାରୀ ସଭାପତି ନୈରୁତ ଦିଗାଳ, ପଂଚାନନ କହଁର, ବରିଷ୍ଠ କଂଗ୍ରେସ ନେତା ଚକ୍ରଧର ଦିଗାଳ, କୃଷ୍ଣ ଚନ୍ଦ୍ର ଦିଗାଳଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମି ମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଚାଂୟତ ଅଞ୍ଚଳର କଂଗ୍ରେସ ନେତା ତାଳେଶ୍ୱର କହଁରଙ୍କୁ ଫିରିଙ୍ଗିଆ ବ୍ଲକକଂଗ୍ରେସ କମିଟି ସଭାପତି ଭାବରେ ଚୟନ କରାଯାଇଥିଲ।। ଶ୍ରୀ କହଁର ପୂର୍ବରୁ ଜିଲ୍ଲା ତଥା ଫିରିଙ୍ଗିଆ ବ୍ଲକ କଂଗ୍ରେସ କମିଟିର ବହୁ ପଦପଦବି ରେ ରହି ଆସିଛନ୍ତି। ତାଙ୍କର ସାଂଙ୍ଗଠନିକ ଦକ୍ଷତା ପାଇଁ ତାଙ୍କୁ ଏହି ପଦବି ଦିଆଯାଇଛି ବୋଲି ଜିଲ୍ଲା ସଭାପତି ଅନାମ ନାଏକ କହିଛନ୍ତି। ସଭାପତି ଭାବରେ ଚୟନ ପରେ ଫିରିଙ୍ଗିଆ ବ୍ଲକରେ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ ବୋଲି ନବନିଯୁକ୍ତ ସଭାପତି ତାଳେଶ୍ୱର କହଁର ତାଙ୍କ ବକ୍ତବ୍ୟ ରଖିଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories