www.samajalive.in
Monday, December 8, 2025
17.1 C
Bhubaneswar

ନଳିନୀପ୍ରଭା ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବ୍ରହ୍ମପୁରା କ୍ଲବ୍‍ ଚମ୍ପିଆନ୍‍

ଆଠଗଡ: ସୀତାରାମ କ୍ରିକେଟ୍‍ କ୍ଲବ୍‍ ଆନୁକୁଲ୍ୟରେ ସ୍ଥାନୀୟ ବାଣୀକଣ୍ଠ ନଗର ପଡିଆରେ ଚାଲିଥିବା ୪ ଦିନିଆ ନଳିନୀପ୍ରଭା ପଟ୍ଟନାୟକ ମେମୋରିଆଲ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଆଠଗଡର ବିଗ୍‍ବସ୍‍ ୧୧ କ୍ରିକେଟ୍‍ କ୍ଲବକୁ ୮ରନ୍‍ ବ୍ୟବଧାନରେ ହରାଇ ବାଙ୍କୀର ବ୍ରହ୍ମପୁରା କ୍ରିକେଟ କ୍ଲବ୍‍ ଚମ୍ପିଆନ ଆଖ୍ୟା ଅର୍ଜନ କରାଯାଇଥିବା ଜଣାପଡିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଙ୍କୀର ବ୍ରହ୍ମପୁରା କ୍ରିକେଟ କ୍ଲବ୍‍ ନିର୍ଦ୍ଧାରିତ ୧୮ ଓଭରରେ ବ୍ୟାଟ୍ସମ୍ୟାନ ତପନଙ୍କର ଧୁଆଁଧାର ୮୮ରନ୍‍ ବଳରେ ୮ ୱିକେଟ ହରାଇ ୨୧୭ ରନ୍‍ ସଂଗ୍ରହ କରିଥିଲେ। ୨୧୮ ରନ୍‍ର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଆଠଗଡର ବିଗ୍‍ବସ୍‍ ୧୧ କ୍ରିକେଟ କ୍ଲବ୍‍ ଦଳର ବ୍ୟାଟ୍ସମ୍ୟାନ ସୌମେଶ ଦାସଙ୍କର ଚିତାକର୍ଷକ ୯୨ ରନ୍‍ ସହାୟତାରେ ୮ ୱିକେଟ ହରାଇ ୨୦୯ ରନ୍‍ କରିବାରେ ସକ୍ଷମ ହୋଇଥିଲେ।

ସୂଚନାଯୋଗ୍ୟ, ବାଙ୍କୀର ବ୍ରହ୍ମପୁରା କ୍ଲିକେଟ କ୍ଲବ୍‍ ଏହି ଥରକୁ ମିଶାଇ ଲଗାଦାର ୨ୟ ଥର ନଳିନୀପ୍ରଭା କ୍ରିକେଟ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଉଦ୍‍ଯାପନୀ ଉତ୍ସବରେ ବିଜେଡି ଯୁବ ସଂଗଠକ ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ଏକ ଶୃଙ୍ଖଳିତ ଖେଳ, ହାର ଜିତ୍‍ ବଡକଥା ନୁହେଁ ବରଂ ଏହା ଭାଇଚାରା ବଢାଇବାରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ଭଞ୍ଜ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ଅମିତ୍‍ କୁମାର ଜେନାଙ୍କୁ ମ୍ୟାନ ଅଫ ଦି ସିରିଜ୍‍ ଓ ଆଜିର ଖେଳରେ ସର୍ବାଧିକ ରନ୍‍ ସଂଗ୍ରହ କରିଥିବା ସୌମେଶ ଦାସଙ୍କୁ ମ୍ୟାନ ଅଫ୍‍ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଏଥି ସହିତ ରନର୍ସଅଫ ବିଗ୍‍ବସ୍‍ ୧୧ ଦଳକୁ ସୀତାରାମ କ୍ରିକେଟ କ୍ଲବର ସଭାପତି କ୍ଷୀରୋଦ ମହାପାତ୍ର ନଗଦ ଅର୍ଥରାଶି ଓ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ଚମ୍ପିଆନ ବ୍ରହ୍ମପୁରା କ୍ରିକେଟ କ୍ଲବକୁ ମୁଖ୍ୟ ଅତିଥି ଶ୍ରୀ ଭଞ୍ଜ ଟ୍ରଫି ସହ ନଗଦ ୫ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରିଥିଲେ। ପାୟଲ ବର୍ମା ଓ ପ୍ରଦ୍ୟୁମ୍ନ ସାହୁ ଅମ୍ପାୟାର ଭାବେ ଫାଇନାଲ ମ୍ୟାଚଟିକୁ ପରିଚାଳନା କରିଥିବାବେଳେ ଆୟୋଜକ କ୍ଲବର ସଦସ୍ୟ ସତ୍ୟନାରାୟଣ ସାହୁ, ରୋନକ ପଟ୍ଟନାୟକ, ଅମିତ୍‍ ମହାମାନସିଂହ, ରଞ୍ଜନ ବେହେରା, ଅବିନାଶ ସାମନ୍ତରାୟ ଓ ଅନ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିବାରେ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories