www.samajalive.in
Monday, December 8, 2025
27.1 C
Bhubaneswar

ଶିକ୍ଷାର ଘରୋଇକରଣ ପ୍ରତିବାଦରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ 

କେନ୍ଦୁଝରଗଡ଼: ରାଜ୍ୟ ସରକାର ଶିକ୍ଷାର ଘରୋଇକରଣ ଲକ୍ଷ୍ୟରେ ରାଜ୍ୟର ୧୪୩୩୯ଟି ସରକାରୀ ବିଦ୍ୟାଳୟ ଓ ୧୪ଟି ବିଇଡି ତାଲିମ ଅନୁଷ୍ଠାନକୁ ବନ୍ଦ ଘୋଷଣା ନିଷ୍ପତ୍ତି ପ୍ରତିବାଦରେ ଅଲ ଇଣ୍ଡିଆ ଡେମୋକ୍ରାଟିକ୍‍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏଆଇଡିଏସଓ) ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର କେନ୍ଦୁଝର ଜିଲା ସମ୍ପାଦକ ନକୁଳଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଦିବାସୀ ବହୁଳ ଜିଲାମାନଙ୍କରେ ଗରୀବ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟ ମାନଙ୍କରେ ନିର୍ଭରଶୀଳ ଥିବାରୁ ସରକାର ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। ଏଥିସହ ବିଇଡି ତାଲିମ ଅନୁଷ୍ଠାନକୁ ବନ୍ଦ କରି ସେଲ୍‌ଫଫାଇନାନ୍ସିଂ କୋର୍ସ ଭାବେ ୯୦ହଜାର ଟଙ୍କା ଦାଖଲ କରି ପଢ଼ିବା ଭଳି ସରକାରଙକ ନିଷ୍ପତ୍ତି ଯୋଗୁଁ ଗରୀବ ମେଧାବୀ ଛାତ୍ରଛାତ୍ରୀ ଅର୍ଥାଭାବାରୁ ଉଚ୍ଚ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେବା ସୁନିଶ୍ଚିତ ଥିବାରୁ ସରକାର ବନ୍ଦ ଘୋଷଣା କରିଥିବା ବିଇଡି ଅନୁଷ୍ଠାନକୁ ମଧ୍ୟ ତୁରନ୍ତ ଖୋଲିବା ପାଇଁ ସଂଘ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories