www.samajalive.in
Monday, December 8, 2025
20.1 C
Bhubaneswar

ଦୁଇ ବଳାତ୍କାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ; ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦେଶ

କେନ୍ଦୁଝରଗଡ଼ : ଏକ  ନାବାଳିକା ଗଣଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଲୋକନାଥ ସାହୁ ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେମାନଙ୍କୁ ଆଜୀବନ ଜେଲ୍ ନିର୍ଦେଶ ଦିଆଯାଇଛି ।  ୨୪ ଜୁନ ୨୦୧୯ ରାତିରେ ଜଣେ ୧୫ ବର୍ଷର ନାବାଳିକାକୁ ୫ଜଣ ଗଣଦୁଷ୍କର୍ମ କରିଥିବା ଯୋଡା ଥାନାରେ ଅଭିଯୋଗ  ହୋଇଥିଲା ପୁଲିସ  ଏହି ମାମଲାରେ ଆଜାଦବସ୍ତିର ଅଜିତ ମିଶ୍ର ଓରଫ ମୁନା (୩୦), ସୁରଜ ମୁଣ୍ଡା (୨୦), କ୍ରିଷ୍ଣା କାରୁଆ (୨୧), ଦୁମ୍ବି ମୁଣ୍ଡା(୨୫) ଓ କମାରଗୋଡା ହୁଡିସାହିର ଶ୍ରୀବାସ୍ତବ ଲୋହାର ଓରଫ ଠାକରି (୨୦)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।  ୩ ଜଣ ତଦନ୍ତକାରୀ ଅଧିକାରୀ ସମେତ ମୋଟ ୩୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲା ଓ ଦୌରାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି କେନ୍ଦୁଝର ଶ୍ରୀ ସାହୁ ସୋମବାର ଭିଡିଓ କନଫରେନ୍ସ ମାଧ୍ୟମରେ ଚୂଡାନ୍ତ ଶୁଣାଣି କରି ଅଜିତ ମିଶ୍ର ଓରଫ ମୁନା, ସୁରଜ ମୁଣ୍ଡା ଓ କ୍ରିଷ୍ଣା କାରୁଆଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିବା ବେଳେ ଦୁମ୍ବି ମୁଣ୍ଡା ଓ ଶ୍ରୀବାସ୍ତବ ଲୋହାର ଓରଫ ଠାକରିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି ପ୍ରଦାନ ନିମନ୍ତେ ଆଦେଶ କରିଥିବା ପୀଡିତାଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ସ୍ୱତନ୍ତ୍ର ପବ୍ଲିକ୍‍ ପ୍ରୋସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories