www.samajalive.in
Monday, December 8, 2025
20.1 C
Bhubaneswar

ବଦଳିଲେ ଅଖିଳେଶ୍ବର; ସମ୍ବଲପୁର ଏସପି କେ.ବିଶାଳ ସିଂହଙ୍କୁ ପୁରୀ ଏସପି ରୂପେ ନିଯୁକ୍ତି

ପୁରୀ ଏସପି ଅଖିଳେଶ୍ବର ସିଂହଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସମ୍ବଲପୁର ଏସପି କେ. ବିଶାଳ ସିଂହଙ୍କୁ ପୁରୀ ଏସପି ଭାବରେ ଅବସ୍ଥାପିତ କରାଯାଇଛି । ତତ୍‌କ୍ଷଣାତ୍ ଏହି ପରିବର୍ତନ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି ।

ଦିନକ ତଳେ ପୁରୀରେ ଏକ ହାଜତ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ବିଧାନସଭା କାଳରେ ପୁରୀ ଓ ସୁନ୍ଦରଗଡ଼ ଜିଲାର କୁଆଁରମୁଣ୍ଡାରେ ଦୁଇ ଦୁଇଟି ହାଜତ ମୃତ୍ୟୁ ବିରୋଧୀଙ୍କ ପାଇଁ ସରକାରଙ୍କୁ ସମାଲୋଚନା ନିମନ୍ତେ ସୁଯୋଗ ଦେଇଛି । ଅନ୍ୟପକ୍ଷରେ ଜାତୀୟ ମାନବାଧିକାର କମିଶନ ଓ ହାଇକୋର୍ଟ ଏହି ପ୍ରସଙ୍ଗରେ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ପୁରୀ ଏସପି ଅଖିଳେଶ୍ବର ସିଂହଙ୍କୁ ବଦଳି ପାଇଁ ଦାବି ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏସପି ଅଖିଳେଶ୍ବର ସିଂହଙ୍କୁ ବଦଳି କରି ମୁଖ୍ୟାଳୟରେ ଅବସ୍ଥାପିତ କରିଛନ୍ତି । ତାଙ୍କ ସ୍ଥାନରେ କେ. ବିଶାଳ ସିଂହଙ୍କୁ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories