www.samajalive.in
Monday, December 8, 2025
20.1 C
Bhubaneswar

‘ଗୁପକାର’କୁ ନେଇ ଶାହାଙ୍କ ନିଶାଣରେ କଂଗ୍ରେସ: କହିଲେ ଦେଶବାସୀଙ୍କ ସମ୍ମୁଖରେ ଆଭିମୁଖ୍ୟ ସ୍ପଷ୍ଟ କର

‘ଗୁପକାର’ ଇସ୍ତାହାରକୁ ନେଇ କଂଗ୍ରେସକୁ ନିଶାଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ୍ ଶାହା । ଟ୍ବିଟ୍ କରି ସେ ଗୁପକାରକୁ ‘ଗୁପକାର ଗ୍ୟାଙ୍ଗ’ ବୋଲି ଉଲ୍ଲେଖ କରି ଜାମ୍ମୁକାଶ୍ମୀର ପ୍ରସଂଗରେ କଂଗ୍ରେସ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆହ୍ବାନ ଦେଇଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ଶ୍ରୀ ଶାହା କଂଗ୍ରେସକୁ ସମାଲୋଚନା କରିବା ସହ ଏହା ‘ଗୁପକାର ମେଣ୍ଟ’ ଦେଶ ଲାଗି ବିପଦ ବୋଲି କହିଛନ୍ତି । ସେ ଲେଖିଛନ୍ତି ଯେ ଗୁପକାର ଗ୍ୟାଙ୍ଗ ଜାମ୍ମୁକାଶ୍ମୀରରେ ଆନ୍ତର୍ଜାତିକ ସମୁଦାୟ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି । ସୋନିଆଜୀ ଓ ରାହୁଳଜୀ ଗୁପକାର ଗ୍ୟାଙ୍ଗର ଏହି ପଦକ୍ଷେପକୁ ସମର୍ଥନ କରୁଛନ୍ତି କି ବୋଲି ଶ୍ରୀ ଶାହା ପ୍ରଶ୍ନ କରିବା ସହ ନିଜ ଆଭିମୁଖ୍ୟ ଦେଶବାସୀଙ୍କୁ ଅବଗତ କରିବାକୁ ଆହ୍ବାନ ଦେଇଛନ୍ତି ।

- Advertisement -

ଅମିତ ଶାହା ଲେଖିଛନ୍ତି ଯେ ’କଂଗ୍ରେସ ଏବଂ ଗୁପକାର ଗ୍ୟାଙ୍ଗ’  ଜାମ୍ମୁ କାଶ୍ମୀରକୁ ଆତଙ୍କବାଦ ଯୁଗକୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ସେମାନେ ଦଳିତ, ମହିଳା ଏବଂ ଆଦିବାସୀଙ୍କ ଅଧିକାର ଛଡ଼ାଇବାକୁ ଚାହୁଁଛନ୍ତି  । ଯାହାକୁ ଆମେ ଧାରା ୩୭୦ ଉଚ୍ଛେଦ କରି ଶେଷ କରିଛୁ । କଂଗ୍ରେସର ଏହି ଆଭିମୁଖ୍ୟ  କାରଣରୁ ଦେଶର ଲୋକମାନେ ସେମାନଙ୍କୁ ସର୍ବତ୍ର ପ୍ରତ୍ୟାଖ୍ୟାନ କରୁଛନ୍ତି। ଜାମ୍ମୁ କାଶ୍ମୀର ସର୍ବଦା ଭାରତର ଏକ ଅନ୍ତର୍ନିହିତ ଅଂଶ । ଜାତୀୟ ସ୍ୱାର୍ଥ ବିରୁଦ୍ଧରେ କରାଯାଇଥିବା କୌଣସି କାର୍ଯ୍ୟକଳାପକୁ ଦେଶବାସୀ ଗ୍ରହଣ କରିବେ ନାହିଁ । କଂଗ୍ରେସ ଯଦି ଏଥିରେ ସାମିଲ ହୁଏ ତେବେ ଦେଶବାସୀ ତାଙ୍କୁ ସମ୍ପୂର୍ଣ୍ଣ ବିତାଡ଼ିତ କରିଦେବେ।

୨୦୧୯ ଅଗଷ୍ଟ ୪ ତାରିଖରେ ନେସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ହୋଇଥିଲା । ଏଥିରେ ଜାମ୍ମୁକାଶ୍ମୀରକୁ ସ୍ବାଧୀନ ଓ ସ୍ବାତନ୍ତ୍ର୍ୟ ରଖିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଯାହାକୁ ଗୁପକାର ଇସ୍ତାହାର ବୋଲି ବର୍ଣନା କରାଯାଇଛି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories