www.samajalive.in
Monday, December 8, 2025
20.1 C
Bhubaneswar

ଜେଲରେ ଚାଲିଗଲା ଭଉଣୀ ହତ୍ୟା ମାମଲାର ବିଚାରଧୀନ କଏଦୀଙ୍କ ଜୀବନ

ବଲାଙ୍ଗିର : ଭଉଣୀ ହତ୍ୟା ମାମଲାରେ ଜେଲ୍ ଯାଇଥିଲେ। ବିଚାରଧିନ କଏଦୀ ଭାବେ ପାଖପାଖି ଚାରିବର୍ଷ ଜୀବନ ବିତିଯାଇଥିଲା। କୋର୍ଟଙ୍କ ଶୁଣାଣି ହେବା ପୂର୍ବରୁ ଚାଲିଗଲା ଜୀବନ। କୈାଣସି ସମସ୍ୟା ନଥିବା ସତ୍ବେ କିପରି ମୃତ୍ୟୁ ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୨୦୧୭ ମସିହାରେ ଗିରଫ ହୋଇ ଜେଲ ଯାଇଥିବା ତ୍ରିପୁରା ମଲ୍ଲିକଙ୍କ ପରିବାର ଲୋକ। ଦେହ ଖରାପ ଥିବା ନେଇ କୈାଣସି ସୂଚନା ବି ଜେଲ୍ କର୍ତ୍ତୁପକ୍ଷ ଦେଇନଥିବାବେଳେ ତାଙ୍କର ଅବହେଳା ଯୋଗୁ ଚାରି ପୁଅଝିଅ ବାପଛେଉଣ୍ଡ ହୋଇଥିବା ଅଭିଯୋଗ ହୋଇଛି।
୨୦୧୭ ମାର୍ଚ୍ଚ ୧୫ ତାରିଖରେ ଚୁଡାପାଲି ନିକଟରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ସଦର ଥାନା ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ହତ୍ୟା କରାଯାଇଥିବା ଯୁବତୀର ଭାଇ ତ୍ରିପୁରା ମଲ୍ଲିକ ହିଁ ଏକମାତ୍ର ଅଭିଯୁକ୍ତ ଥିବାବେଳେ ପୁଲିସ ୨୦୧୭ ମାର୍ଚ୍ଚ ୧୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନ ମିଲିବା ପରେ ତ୍ରିପୁରାକୁ ଜେଲକୁ ପଠାଇ ଦିଆଯାଇଥିଲା। ଦୀର୍ଘ ପାଖାପାଖି ଚାରିବର୍ଷ ଜେଲରେ ରହିବା ପରେ ମଙ୍ଗଳବାର ଭୋରରୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଛି। ତେବେ କିପରି ମୃତ୍ୟୁ ହେଲା ତାକୁ ନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ପରିବାର ଲୋକ ଜେଲ କର୍ତ୍ତୁପକ୍ଷଙ୍କ ଅବହେଲା ଯୋଗୁ ତ୍ରିପୁରାର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି। ୨୦୧୭ ମାର୍ଚ୍ଚ ୧୮ ତାରିଖରୁ ବିଚାରଧୀନ କଏଦୀ ଭାବେ ଜେଲରେ ଦିନ କାଟୁଥିବା ତ୍ରିପୁରାର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିଲା। କିନ୍ତୁ ଗତ ୧୫ ତାରିଖରେ ସେ ଅସୁସ୍ଥ ହୋଇଥିଲା। ତାକୁ ଜେଲ୍ କର୍ତ୍ତୁପକ୍ଷ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ମଙ୍ଗଳବାର ଭୋରରୁ ହଠାତ ରକ୍ତଚାପ କମି ତାର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତ୍ରିପୁରାର ବୟସ ୫୦ ବର୍ଷ ହୋଇଥିବା ବେଳେ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କର ବଡ ଝିଅ ମଞ୍ଜୁଲତା ମଲ୍ଲିକ।

ତାଙ୍କ କହିବା ଅନୁସାରେ, ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଜେଲ କର୍ତ୍ତୁପକ୍ଷ ପୂର୍ବରୁ କୈାଣସି ସୂଚନା ଦେଇନଥିବା ବେଳେ ସୋମବାର ରାତ୍ରିରେ ଖବର ଦେଇଥିଲେ। କିନ୍ତୁ ସେମାନେ ଆସିବାର କିଛି ସମୟ ପରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତେବେ ଆଗରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥାଇପାରେ କିନ୍ତୁ ଜେଲ୍ କର୍ତ୍ତୁପକ୍ଷ ଚିକିତ୍ସା କରାଇବାରେ ଅବହେଲା ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜେଲ୍ ଅଧିକ୍ଷକ ଉର୍ମିଲା ମିଞ୍ଜ। ତାଙ୍କ କହିବା ଅନୁସାରେ ଗତ ୧୫ ତାରିଖରେ ସେ ଅସୁସ୍ଥ ହେବାକ୍ଷଣି ତାଙ୍କୁ ଚିକିତ୍ସା କରାଯାଇଥିଲା। କିନ୍ତୁ ହଠାତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଛି। ଭଉଣୀ ହତ୍ୟା ମାମଲାରେ ବିଚାରଧୀନ କଏଦୀ ଭାବେ ଜେଲରେ ଥିବା ତ୍ରିପୁରାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ ବାପଛେଉଣ୍ଡ ହୋଇଥିବାବେଳେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ତ୍ରୀ ସପୁର ମଲ୍ଲିକ ଦାବି କରିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories