www.samajalive.in
Monday, December 8, 2025
14.1 C
Bhubaneswar

ବୌଦ୍ଧରେ ଦାନମାଝୀ ଘଟଣାର ପୁନରାବୃତି; ମିଳିଲାନୀ ମହାପ୍ରୟାଣ ଗାଡି, ମୃତ ପୁଅକୁ କାନ୍ଧରେ ବୋହିଲେ ବାପା

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ପୁଣି ଦାନମାଝୀ ଘଟଣାର ପୁନରାବୃତି ଦୃଶ୍ୟ ନଜରକୁ ଆସିଛି। ମହାପ୍ରୟାଣ ଗାଡି ନ ମିଳିବାରୁ ୭ବର୍ଷର ମୃତ ପୁଅକୁ ଜଣେ ବୃଦ୍ଧ ବାପା କାନ୍ଧରେ ଧରି ଚାଲି ଚାଲି ଫେରୁଥିବା ଭଳି ଆଉ ଏକ ଅଭାବନୀୟ ଦୃଶ୍ୟ ସରକାରୀ ଯୋଜନାର ସଫଳତା ଏବଂ ଅବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଜିଲ୍ଲାର ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନା ମତେ, ବ୍ଲକର ତିଲେଶ୍ୱର ପଞ୍ଚାୟତ ମୂଷାଢ ଗ୍ରାମର ଶେଷଦେବ ପ୍ରଧାନଙ୍କ ସାନ ପୁଅ ରାଜେନ୍ଦ୍ର(୭ବର୍ଷ)ର ପେଟଯନ୍ତ୍ରଣା ଯୋଗୁଁ ମେଡିକାଲ ନେବା ପାଇଁ ଆମ୍ବୁଲାନକୁ ପରିବାର ଲୋକେ ଫୋନ କରିଥିଲେ। ମାତ୍ର ଆମ୍ବୁଲାନ୍ସ ପଂହଚିବାରେ ବିଳମ୍ବ ହେବା ଜାଣି ଗରିବ ଖଟିଖିଆ ପରିବାର ଲୋକେ ଏକ ଅଟୋ ଭଡା କରି ମଙ୍ଗଳବାର ସକାଳେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ପୁଅକୁ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପୁଅର ସେଠାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ପଇସା ପତ୍ର ଅଭାବରୁ ଗାଡି କରି ପୁଅର ମୃତଦେହ ନେବାକୁ ପରିବାର ଅସର୍ମଥ ଯୋଗୁଁ ଶେଷରେ ବୃଦ୍ଧ ବାପା ମୃତ ପୁଅକୁ କାନ୍ଧେଇ ଚାଲି ଚାଲି ମୂଷାଢ ଫେରୁଥିଲେ। ମୃତ ପୁଅକୁ ବୃଦ୍ଧ ବାପା କାନ୍ଧେଇ ଫେରୁଥିବାବେଳେ ମାଆ ଏବଂ ଭଉଣୀ ତାଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିବା ଭଳି ଏକ ହୃଦୟବିଦାରକ ଦୃଶ୍ୟ ପୁରୁଣାକଟକ ବଜାରର ପ୍ରଦୀପ ଛତ୍ରୀଆ ନାମକ ଜନୈକ ସମାଜସେବୀଙ୍କ ନଜରରେ ପଡ଼ିଥିଲା। ଫଳରେ ପ୍ରଦୀପ ନିଜ କାରରେ ମୃତଦେହ ସହ ପରିବାରଲୋକଙ୍କୁ ନେଇ ମୂଷାଢ ଗାଁରେ ପଂହଚାଇଥିଲେ।

- Advertisement -

ପ୍ରଦୀପଙ୍କ ଏଭଳି ମହତ୍‍ କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି। ମାତ୍ର ଶେଷଦେବ ଭଳି ଜଣେ ଗରିବ ବୃଦ୍ଧ ବାପା ୭ବର୍ଷ ପୁଅର ମୃତଦେହ କାନ୍ଧେଇ ଚାଲି ଚାଲି ବଜାର ମଧ୍ୟ ଦେଇ ଘରକୁ ଫେରିବା ଘଟଣା ସରକାରୀ ବ୍ୟବସ୍ଥାର ତ୍ରୁଟି ଏବଂ ସରକାରଙ୍କ ମାଳ ମାଳ ଜନକଲ୍ୟାଣୀ ଯୋଜନାର ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଏଭଳି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଶେଷଦେବ ପରିବାରଙ୍କୁ ନ୍ୟାୟଦେବାପାଇଁ ସାଧାରଣରେ ଦାବୀ ହେଉଛି। ଅନ୍ୟପଟେ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଦାବୀ ହୋଇଛି। ଏ ସଂର୍ପକରେ ବୌଦ୍ଧ ସି.ଡି.ଏମ.ଓ ତ୍ରୀଲୋଚନ ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିବାରୁ ଏଭଳି ଘଟଣା ସଂର୍ପକରେ ମୋ ପାଖରେ କିଛି ଖବର ନାହିଁ ବୋଲି କହିଥିଲେ। ଅନ୍ୟପଟେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆଦିତ୍ୟ ପ୍ରସାଦଙ୍କୁ ପଚାରିବାରୁ ସେ କହିଲେ ପିଲାଟି ମେଡିକାଲ ପଂହଚିବାର ଘଣ୍ଟାଏ ଆଗରୁ ମୃତ୍ୟୂ ଘଟିଥିଲା। ଆମେ ତାକୁ ମୃତ ଘୋଷଣା କଲାପରେ ପରିବାରଲୋକଙ୍କୁ ଶବ ବ୍ୟବଛେଦ କରାଯିବ ଅପେକ୍ଷା କର କହିଲୁ।ମାତ୍ର କିଛି ସମୟ ପରେ ପିଲାର ମୃତଦେହ ଧରି ସେମାନେ ମାର୍କେଟରେ ବୁଲୁଥିବା ଖବର ପାଇଲୁ। ଷ୍ଟାଫଙ୍କୁ ପଠାଇ ଡକାଇଲୁ। ମାତ୍ର ସେମାନେ ଶୁଣିଲେନି। ଆମେ ଏ ସଂର୍ପକରେ ପୁଲିସକୁ ଜଣାଇଥିବା କହିଛନ୍ତି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories