୨୦୨୧ ମସିହାରେ ବିଶ୍ବରେ ଅନାହାର ଭୟଙ୍କର ରୂପ ନେବ : ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ
ନ୍ୟୁୟର୍କ: ଆସନ୍ତା ବର୍ଷ ଚଳିତ ବର୍ଷଠାରୁ ବିଶ୍ବରେ ଖାଦ୍ୟାଭାବ ଆହୁରି ଉତ୍କଟ ହେବ ଓ ମହାମାରୀଠାରୁ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡ଼ବ୍ଲ୍ୟୁଏଚପି) ମୁଖ୍ୟ ଡ଼େଭିଡ଼ ବିସଲି । ଯଦି ବିଶ୍ବ ଖାଦ୍ୟ ସଙ୍ଗଠନକୁ ଉପଯୁକ୍ତ ସହାୟତା ନ ମିଳେ ତେବେ ବିଶ୍ବର ଅନେକ ଦେଶରେ ଖାଦ୍ୟାଭାବ ମହାମାରୀ ରୂପ ନେଇପାରେ ବୋଲି ଡ଼େଭିଡ଼୍ କହିଛନ୍ତି ।
ସେ କହିଛନ୍ତି ଯେ ବିଶ୍ବରେ ଅନାହାର ମାମଲା ବଢ଼ି ଚାଲିଛି । ଆମେରିକାର ନିର୍ବାଚନ ଏବଂ କୋଭିଡ -୧୯ ମହାମାରୀ ଯୋଗୁଁ ଅନାହାର ଉପରେ ଏତେଟା ଗୁରୁତ୍ବ ଦିଆଯାଇନାହିଁ । ଗୋଟିଏ ପଟେ ବିଶ୍ୱ ମହାମାରୀର ସମ୍ମୁଖୀନ ହେଉଛି ଏବଂ ଏହା ମଧ୍ୟ କ୍ଷୁଧା ଭଳି ମହାମାରୀକୁ ଜନ୍ମ ଦେଇଛି । ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଅବସ୍ଥା ଆହୁରି ଖରାପ ହୋଇପାରେ। ସେ କହିଛନ୍ତି ଯେ ୨୦୨୦ରେ ଏହାକୁ ଅନାହାର ମୃତ୍ୟୁକୁ ରୋକିବାରେ ବିଶ୍ବର ବିଭିନ୍ନ ଦେଶ ସହାୟତା କରିଥିଲେ, ତେଣୁ ଏହାକୁ କିଛି ପରିମାଣରେ ରୋକା ଯାଇ ପାରିଥିଲା । ମାତ୍ର ୨୦୨୦ରେ ମିଳିଥିବା ଅର୍ଥ ପରିମାଣ ୨୦୨୧ରେ ମିଳିବା ସମ୍ଭାବନା କମ୍ । ତେଣୁ ସେ ଏହି ବିଷୟରେ ବିଭିନ୍ନ ଦେଶରନେତାମାନଙ୍କ ସହ ଆଲୋଚନା କରୁଛନ୍ତି ବୋଲି ଡ଼େଭିଡ଼୍ କହିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବିଶ୍ବ ଖାଦ୍ୟ ସଙ୍ଗଠନକୁ ନୋବେଲ ପୁରସ୍କାର ମିଳିଛି ।
Comments are closed.