www.samajalive.in
Monday, December 8, 2025
27.1 C
Bhubaneswar

ଜଙ୍ଗଲ ମଝିରେ କୃତିମ ପୋଖରୀ, ଚାଷ ହେଉଛି ଗଞ୍ଜେଇ

ଫୁଲବାଣୀ:କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ମଝିରେ ସୃଷ୍ଟି କରାଯାଉଛି କୃତ୍ରିମ ପୋଖରୀ। ଗ​‌େ​‌ଞ୍ଜଇ ଚାଷ କିଭଳି ଭଲ ହେବ ସେଥିପାଇଁ ସେହି କୃତ୍ରିମ ପୋଖରୀ ପାଣି ଜଳସେଚନ ପାଇଁ ବ୍ୟବହାର କରାଯାଉଛି। ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଞ୍ଚାୟତର ମତିଙ୍ଗିଆ ଗ୍ରାମରେ ଏଭଳି ଏକ କୃତ୍ରିମ ପୋଖରୀ ଠାବ କରାଯାଉଛି। ଗଞ୍ଜେଇ ଚାଷ ପାଇଁ ଜଙ୍ଗଲ ମଝିରେ ଏକ କୃତ୍ରିମ ପୋଖରୀ ଦେଖି ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଞ୍ଚାୟତର ମତିଙ୍ଗିଆ ଗ୍ରାମ ନିକଟରେ ଥିବା ପ୍ରାୟ ୧୩୦ ଏକର ଜମିରୁ ଆଜି କଟା ହୋଇଛି ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛ। କାଟିବା ପରେ ତାହାକୁ ସେଠାରେ ହିଁ ନଷ୍ଟ କରିଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ।

ଆଜି ସାମିଲ୍ ହୋଇଥିବା ଏସ୍୍ପି ଓ ଅନ୍ୟ ପୁଲିସ୍ ଅଧିକାରୀ ସମେତ ଅବକାରୀ ବିଭାଗର କର୍ମଚାରୀ ମାନେ ଜଙ୍ଗଲ ମଧ୍ୟରେ ଗଞ୍ଜେଇ ଗଛ ଲାଗିଥିବା ଜମିରେ ତିଆରି ହୋଇଥିବା କୃତିମ ପୋଖରୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଟା ଯାଇଥିବା ଗଞ୍ଜେଇ ଗଛଗୁଡ଼ିକ ଧାନଚାଷ ପରି ଶ୍ରୀପଦ୍ଧତିରେ ଚାଷ କରାଯାଇଥିବାର ଦେଖାଯାଇଥିଲା। ଏପରିକି ଜଙ୍ଗଲ ମଧ୍ୟରେ ବହୁ ଖତ ମଧ୍ୟ ମହଜୁଦ୍‌ ରଖାଯାଇ ଗଞ୍ଜେଇ ଚାଷରେ ବ୍ୟବହୃତ କରାଯାଉଥିବାର ଦେଖାଯାଇଥିଲା।
ପୁଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢାଉ ହୋଇଥିବା ବେଳେ ଏଥିରେ ନିଜେ କନ୍ଧମାଳ ଏସ୍.ପି ଭିନିତ୍ ଅଗ୍ରୱାଲା ସାମିଲ୍ ହୋଇ ନିଜେ ଅନେକ ଗଞ୍ଜେଇ ଗଛ କାଟିଥିଲେ। ଫିରିଙ୍ଗିଆ ଥାନା ଅଞ୍ଚଳରେ ଏହି ତୃତୀୟ ପର୍ଯ୍ୟାୟ ଗଞ୍ଜେଇ ଗଛ କଟା ଅଭିଯାନରେ ଅବକାରୀ ବିଭାଗର ଅଧିକାରୀ ଥାଇଲା ଓରାମଙ୍କ ସହ ଅନ୍ୟାନ୍ୟ କର୍ମଚାରି ଓ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ନଷ୍ଟ କରିଦିଆଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଗଞ୍ଜେଇକଟାକୁ ନେଇ ଫିରିଙ୍ଗିଆ ଥାନାରେ ୯୮ା୨୦ରେ ଏକ ମାମାଲ ମଧ୍ୟ ରୁଜୁ ହୋଇଥିବା ପ୍ରକାଶ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories