www.samajalive.in
Monday, December 8, 2025
27.1 C
Bhubaneswar

ବିବାହର ୮ବର୍ଷ ପରେ ହେଲାନି ପିଲା; କରୱାଚୌଥରେ ସ୍ୱାମୀକୁ ଜୀଅନ୍ତା ଜାଳିଲା ସ୍ତ୍ରୀ

ଭୋପାଳ : କରୱାଚୌଥରେ ଦେଶ ତଥା ବିଦେଶର ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ କରୁଥିଲାବେଳେ ସେହି ଦିନ ମଧ୍ୟପ୍ରଦେଶରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀଅନ୍ତା ଜାଳି ଦେଇଥିବାର ଖବର ସାମ୍ନାକୁ ଆସିଛି। ବିବାହର ୮ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ନହେବାରୁ ମହିଳା ଜଣଙ୍କ ଏଭଳି କରିଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଗାନ୍ଧୱାନୀର ବୋରଡ଼ାବରା ଗ୍ରାମରେ ଏଭଳି ଘଟଣା ଘଟିଛି। ବିବାହର ୮ ବର୍ଷ ପରେ ମଧ୍ୟ ସନ୍ତାନ ଜନ୍ମ ନହେବା ଝଗଡ଼ାର ମୁଖ୍ୟ କାରଣ ଥିଲା। ସନ୍ତାନ ନ ଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ହେଉଥିଲା। ଘଟଣା ଦିନ ବିବାଦ ଏତେ ବଢିଯାଇଥିଲା ଯେ ପତ୍ନୀ ହିରଲାବାଇ ତାଙ୍କ ସ୍ୱାମୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ବାମୀକୁ ଆହତ ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରିଛି।

- Advertisement -

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories