www.samajalive.in
Monday, December 8, 2025
20.1 C
Bhubaneswar

ନକଲି ଟଙ୍କା କାରବାରରେ ୨ ଗିରଫ

ବାସୁଦେବପୁର : ଭଦ୍ରକ ଜିଲା ବୁସୁଦେବପୁର ପୁଲିସ ନକଲି ଟଙ୍କା କାରବାରରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗ୍ରାମର ପ୍ରିୟ ରଞ୍ଜନ ନାୟକ(୩୮) ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା ଆନ୍ତର୍ଗତ ସ୍ୟାମସୁନ୍ଦର ଗ୍ରାମର ବିଜୟ କୁମାର ଦାସ(୫୭) ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ ଭଦ୍ରକ ଜିଲା ନଳାଙ୍ଗ ରାସ୍ତାକଡରେ ଟଙ୍କା ଦେଣଲେଣ ସମୟରେ ବାସୁଦେବପୁର ପୁଲିସ ରଞ୍ଜନ ଓ ବିଜୟକୁ ମାଡି ବସିଥିଲା । ଘଟଣା ସ୍ଥଳରୁ ୭୨ ହଜାର ୨୦୦ ଅରିଜିନାଲ ଟଙ୍କା ଜବତ ହୋଇଥିବା ବେଳେ ୪୧ ହଜାର ୨୦୦ ନକଲି ଟଙ୍କା ଜବତ କରିଛି ପୁଲିସ। ଏଥିସହ ଗିରଫ ଦୁଇ ବ୍ୟକ୍ତିଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ମାରୁତି ଗାଡି ମଧ୍ୟ ଜବତ ହୋଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories