www.samajalive.in
Monday, December 8, 2025
27.1 C
Bhubaneswar

ରାଜଧାନୀରେ ନିଶାଦିଆ ଲୁଟିଆଙ୍କ ଉତ୍ପାତ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ସୃଷ୍ଟି କରୁଥିବା ଦୁଇ ନିଶାଦିଆଙ୍କ ଲୁଟିଆଙ୍କୁ କାବୁ କରିଛି କମିସନରେଟ ପୁଲିସ। ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ବ୍ୟକ୍ତିଙ୍କୁ ପାନୀୟରେ ନିଶାଦେଇ ଲୁଟିଥିବା ଦୁଇ ନିଶାଦିଆ ଲୁଟିଆଙ୍କୁ ଖଣ୍ଡଗିରି ଥାନା ପୁଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୟାଗଡର ସୁଶାନ୍ତ ରାଉତ ଓ ଗଞ୍ଜାମର ସୀମାଞ୍ଚଳ ସୁବୁଦ୍ଧି। ସେମାନଙ୍କ ପାଖରୁ ନଗଦ ୧ ଲକ୍ଷ ଟଙ୍କା, ବାଇକ, ସୁନା ଅଳଙ୍କାର, ମୋବାଇଲ ଫୋନ୍‌, ବ୍ୟାଗ୍‌, ହାତଘଣ୍ଟା, ସିମ୍‌କାର୍ଡ ବିଦେଶୀ ମୁଦ୍ରା ଜବତ କରିଛି।
ପୁଲିସ ସୂଚନା ଅନୁସାରେ ରେଳ ଚଳାଚଳ ବନ୍ଦ ଥିବାରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ନିଶାଦିଆ ଲୁଟିଆ ଗ୍ୟାଙ୍ଗ୍‌ ସକ୍ରିୟ ହୋଇଥିଲା। ଗଞ୍ଜାମ କୃଷ୍ଣଚନ୍ଦ୍ର ପାତ୍ର ନାମକ ଜଣେ ଯୁବକ ବସ୍‌ଯୋଗେ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ଧରାପଡ଼ିଥିବା ଦୁଇ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ ସହ ବନ୍ଧୁତ୍ବ ସ୍ଥାପନ କରିଥିଲେ। ଏହାପରେ ତାଙ୍କୁ ପାନୀୟରେ ନିଶାଦେଇ ସଂଜ୍ଞାହୀନ କରିଦେଇଥିଲେ। ଏହାପରେ ତାଙ୍କ ଠାରୁ ଟଙ୍କା ଓ ସୁନା ଏବଂ ଫୋନ୍‌ ଲୁଟ୍‌ପାଟ୍‌ କରି ଫୋପାଡ଼ି ଦେଇଥିଲେ। ତାଙ୍କୁ କିଛି ବ୍ୟକ୍ତି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ହସ୍ପିଟାଲରୁ ଆସିବା ପରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଏହାପରେ କୃଷ୍ଣଚନ୍ଦ୍ରଙ୍କ ଫୋନ୍‌କୁ ଟ୍ରାକିଂ କରି ଦୁଇ ଅଭିଯୁକ୍ତଙ୍କୁ ଗଞ୍ଜାମରୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କୁ ପଚରାଉଚରା ପରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ଚୋରି ସାମଗ୍ରୀ ଜବତ କରିଛି। ଏହାସହ ଏହି ନିଶାଦିଆ ଗ୍ୟାଙ୍ଗ୍‌ର ଆଉ କିଛି ସଦସ୍ୟାଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ପୁଲିସ କହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories