www.samajalive.in
Monday, December 8, 2025
27.1 C
Bhubaneswar

ଅଦରକାରୀ ଜିନିଷର ସଦୁପଯୋଗ

ପ୍ରତ୍ୟେକଙ୍କ ଘରେ କିଛି ନା କିଛି ଅଦରକାରୀ ଜିନିଷ ନିଶ୍ଚୟ ମିଳିବ। ଯେପରି ବଜାରରୁ ଆସୁଥିବା ଖାଦ୍ୟ ସାମଗ୍ରୀର ପ୍ଲାଷ୍ଟିକ୍ କିମ୍ବା କାଗଜ ଥଳି, ପୁରୁଣା ଲୁଗାପଟା, ଭଙ୍ଗା ଜିନିଷ ଇତ୍ୟାଦିଇତ୍ୟାଦି। ଘରେ ଏସବୁ ଜିନିଷର ସଂଖ୍ୟା ବଢ଼ିଲେ, ଆମମାନଙ୍କ ମଧ୍ୟରୁ କେହିକେହି ବାହାରେ ଫିଙ୍ଗିଦେଉ। ନଚେତ୍ ଅନ୍ୟମାନେ କବାଡ଼ିବାଲାଙ୍କୁ ଡକାଇ ସେସବୁ ଦେଇଦେଉ। କାରଣ ଆମ ପାଇଁ ସେସବୁ ଅଦରକାରୀ ହୋଇଯାଇଥାଏ। ଏହିଭଳି ଜିନିଷ ବାହା‌େ‌ର ଫିଙ୍ଗିବା ପରିବର୍ତ୍ତେ ପ୍ଲାଷ୍ଟିକ୍ ଗୋଟାଳି କିମ୍ବା କବାଡ଼ିବାଲାଙ୍କୁ ଦେବା ହିଁ ବୁଦ୍ଧିମାନର ପରିଚୟ। ଆମ ପାଇଁ ଅଦରକାରୀ ଜିନିଷଟି ପ୍ରକୃତରେ ଅନ୍ୟ ପାଇଁ କାମରେ ଆସିଥାଏ। ଫିଙ୍ଗା ହେଉଥିବା ପ୍ଲାଷ୍ଟିକ୍ ବୋତଲକୁ ସଂଗ୍ରହ କରି ଏବେ ଫୁଟ୍‌ପାଥ୍ ଟାଇଲ୍ସ ତିଆରି କରାଯାଉଛି। ଉତ୍ତର-ପ୍ରଦେଶ ନିବାସୀ ପାରସ୍ ସାଲୁଜା ହେଉଛନ୍ତି ସାଇନା ଇକୋୟୁନିଫାଏଡ୍ କମ୍ପାନୀର ସିଇଓ। ତାଙ୍କ କମ୍ପାନୀ ପ୍ଲାଷ୍ଟିକ୍ ଅଦରକାରୀ ସାମଗ୍ରୀକୁ ଉପଯୋଗ କରି ଟାଇଲ୍ସ ତିଆରି କରୁଛି।
ଅନ୍ୟ ଜଣେ ଯୁବକ ହେଲେ ଅକ୍ଷୟ ଜୈନ୍, ତାଙ୍କ କମ୍ପାନୀର ନାମ ହେଲା ‘ନମୋ-ଇୱେଷ୍ଟ’। କୌଣସି କାମରେ ଆସୁନଥିବା ବିଦ୍ୟୁତଚାଳିତ ଉପକରଣକୁ ସେ ବିଭିନ୍ନ ଉପାୟରେ ବିନିଯୋଗ କରୁଥିବାର ପ୍ରକାଶ।
ଇଉଜ୍ ମି ୱାର୍କସ୍ କମ୍ପାନୀର ମୁଖ୍ୟ ହେଲେ ମୀନାକ୍ଷୀ ଶର୍ମା। ଆମେ ଫିଙ୍ଗିଦେଉଥିବା ପୁରୁଣା ଅଡିଓ କ୍ୟାସେଟ୍, ପିନ୍ଧା ଜିନ୍ସକୁ ସେ ଘର ସାଜସଜ୍ଜା ସାମଗ୍ରୀର ରୂପ ଦେଉଛନ୍ତି। କବାଡ଼ିବାଲାଙ୍କଠାରୁ ହିଁ ଏସବୁ ଅଦରକାରୀ ସାମଗ୍ରୀ ଏମାନେ କିଣିଥାନ୍ତି। ଆଜିକାଲିର ସ୍ମାର୍ଟ ଯୁଗରେ ଯଦି ଆପଣଙ୍କ ଘର ପାଖକୁ କବାଡ଼ିବାଲା ଆସୁନାହାନ୍ତି, ତେବେ ବ୍ୟତିବ୍ୟସ୍ତ ନ ହୋଇ ବରଂ ଇଣ୍ଟରନେଟ୍‌ର ସହାୟତା ନେଇପାରିବେ। ‘କବାଡ଼ିଏକ୍ସପ୍ରେସ୍.କମ୍’ ସେହିଭଳି ଏକ କମ୍ପାନୀ। ସ୍ମାର୍ଟଫୋନ୍ ଆପ୍ଲିକେସନ୍ ସହାୟତା ନେଇ ଆପଣ ନିଜ ସୁବିଧା ଅନୁସାରେ, ସେମାନଙ୍କୁ ଘରକୁ ଡକାଇପାରିବେ। ଯେ କୌଣସି ପୁରୁଣା, ଭଙ୍ଗା, ଅ​‌ଲୋଡା ସାମଗ୍ରୀକୁ ନେଇ ସେମାନେ ଏହାର ଉଚିତ୍ ପ୍ରାପ୍ୟ ମଧ୍ୟ ଦେଇଥାନ୍ତି। ଦିଲ୍ଲୀସ୍ଥିତ ଏହି କମ୍ପାନୀର ସହ-ପ୍ରତିଷ୍ଠାତା ହେଉଛନ୍ତି ବିନୋଦ କୁମାର। ଦିଲ୍ଲୀ ଓ ଗୁରୁଗ୍ରାମରେ ଏହି ସଂସ୍ଥା ଲୋକଙ୍କୁ ଏବେ ସୁବିଧା ଦେଉଛି। ଖୁବ୍ ଶୀଘ୍ର ଭାରତର ଅନ୍ୟ ସହରରେ ମଧ୍ୟ ଏହାର ସେବା ଆରମ୍ଭ ହେବ। ବର୍ତ୍ତମାନ ଠାରୁ ପରିବେଶ ପ୍ରତି ସଚେତନ ହୋଇ ଅଦରକାରୀ ସାମଗ୍ରୀକୁ ନ ଫିଙ୍ଗି ବରଂ କବାଡ଼ିବାଲାଙ୍କୁ ଦିଅନ୍ତୁ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories