www.samajalive.in
Monday, December 8, 2025
27.1 C
Bhubaneswar

ବାଙ୍କୀରେ ଅବକାରୀ ବିଭାଗର ଚଢଉ :୫୦ଲିଟର ଦେଶୀ ରନ୍ଧା ମଦ ଜବତ,୧୩୦୦ଲିଟର ପୋଚ ନଷ୍ଟ

ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଦିନ ଅପରାହ୍ନରେ ବାଙ୍କୀର ବିଭିନ୍ନ ସ୍ଥାନ ଉପରେ ଚଢଉ କରାଯାଇ ୫୦ଲିଟର ଦେଶୀ ରନ୍ଧା ଚୋରା ମଦ ଜବତ୍ ହେବା ସହିତ ପ୍ରାୟ ୧୩୦୦ଲିଟର ପୋଚ ଜବତ କରାଯାଇ ଅବକାରୀ ବିଭାଗ ଦ୍ୱାରା ନଷ୍ଟ କରାଯାଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ଗୁରୁବାର ଦିନ ଅପରାହ୍ନରେ ଅବକାରୀ ବିଭାଗ ଚଢାଉ କରି ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ରଣପୁର ଏବଂ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗ୍ରାମ ଉପରେ ଚଢାଉ କରି ଯଥାକ୍ରମେ ୩୦ ଓ ୨୦ଲିଟର କରି ମୋଟ ୫୦ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିଥିଲା ବେଳେ ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ଅଧିନ ପଶାଣିଆ ଗ୍ରାମ୍ୟ ଜଙ୍ଗଲ ଉପରେ ଚଢାଉ କରାଯାଇ ୧୩୦୦ଲିଟର ମଦ ରନ୍ଧା ପାଇଁ ମହଜୁଦ୍‍ ଥିବା ପୋଚକୁ ଅବକାରୀ ବିଭାଗ ଜବତ୍‍ କରି ନଷ୍ଟ କରିଥିବା ସୂଚନା ମିଳିଛି।

ଅବକାରୀ ବିଭାଗର ସୂଚନା କ୍ରମରେ କଟକ ଜିଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନ ଉପରେ ଚଢାଉ କରାଯାଇଥିବା ଜଣାପଡିଛି। ବରପୁଟ ପଞ୍ଚାୟତର ପଶାଣିଆ ଗ୍ରାମରେ ଚଳିତ ମାସ ୧୯ତାରିଖରେ ଚଢାଉ କରାଯାଇ ୧୮୦୦ଲିଟର,ଅକ୍ଟୋବର ମାସ ୭ତାରିଖରେ ୨୫୦୦ଲିଟର ଏବଂ ଅକ୍ଟୋବର ୧ତାରିଖରେ ଚଢାଉ କରାଯାଇ ୨୭୦୦ଲିଟର ପୋଚ ନଷ୍ଟ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅବକାରୀ ବିଭାଗ ସଫଳତା ପାଇନଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ଚୋରା ବ୍ୟବସାୟୀ ମାନେ ଖସି ଯାଉଛନ୍ତି। ସେପଟେ ଏହି ଅଞ୍ଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତି ଓ ବାହାରକୁ ଚାଲାଣ କରାଯାଉଥିବାର ଅଭିଯୋଗ ପାଇ ଅବକାରୀ ବିଭାଗ ବାରମ୍ବାର ଚଢାଉ କରୁଛି। ଗୁରୁବାର ଦିନ ଚଢାଉରେ ଅବକାରୀ ବିଭାଗ କାହାକୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। ଆଜିର ଅବକାରୀ ଚଢାଉରେ ଅବକାରୀ ଅଧିକାରୀ ତେଲେସଫର ଲାକ୍ରା,ଏଏସଆଇ ଦିପକ କୁମାର ସାମଲ,କନେଷ୍ଟବଳ ସଞ୍ଜୟ କୁମାର ରାଉତ,ସନ୍ତୋଷ କୁମାର ମହାରଣା,ଦୁଷ୍ମନ୍ତ କୁମାର ବସନ୍ତରା,ବିଶ୍ୱନାଥ ସୋରେନ ଓ ଗୀତାଞ୍ଜଳି ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories